fbpx

ବରମୁଡା ଟ୍ରାଙ୍ଗେଲ, ଆଜି ବି ରହସ୍ୟ ଘେରରେ

ନୂଆଦିଲ୍ଲୀ: ବିଶ୍ୱରେ ଏମିତି କିଛି ଘଟଣାଚକ୍ର ବା ସ୍ଥାନ ରହିଛି, ଯାହା ରହସ୍ୟ ଘେରରେ ରହିଛି । ଏହି ରହସ୍ୟ ଉପରୁ ପରଦା ଉଠାଇବା ବିଜ୍ଞାନ ପକ୍ଷରେ ମଧ୍ୟ ସମ୍ଭବ ହୋଇନାହିଁ । ସେମିତି ରହସ୍ୟ ଘେରରେ ରହିଛି ବରମୁଡା ଟ୍ରାଙ୍ଗେଲ । ସମୁଦ୍ର ଭିତରେ ଥିବା ଏହି ତ୍ରିକୋଣୀୟ ଭୂମିକୁ ନେଇ ଲୋକଙ୍କ ଭିତରେ ବହୁ ମିଥ ରହିଛି । ଶୁଣାଯାଏ, ଏହି ଜଳରାଶି ଭିତରେ ଏକ ବିରାଟ ରାକ୍ଷସ ରହିଛି । ଯେ କେହି ବି ଏହି ଜଳରାଶି ଦେଇ ଯାଏ, ସେହି ରାକ୍ଷସ ତାକୁ ଗ୍ରାସ କରିଥାଏ ।

ଆଉ ମଧ୍ୟ କିଛି କୁହନ୍ତି, ସେହି ସ୍ଥାନରେ ରହିଛି ବିରାଟକାୟ ଚୂମ୍ପକୀୟ କ୍ଷେତ୍ର, ତେଣୁ ସେହି କ୍ଷେତ୍ର ଉପରେ ଜାହାଜ ଯିବା ବେଳେ ତାକୁ ଚୁମ୍ପକ ନିଜ ଆଡକୁ ଆକର୍ଷିତ କରି ଗଭୀର ଜଳରେ ନିମଗ୍ନ କରେ । ଏମିତି କି ସେହି ଜଳରାଶି ଉପରେ ମଧ୍ୟ ଉଡୁଥିବା ଉଡାଜାହାଜକୁ ମଧ୍ୟ ସେହି ଚୁମ୍ପକ ଟାଣିନିଏ ।

ଏହି ଶୁଣା କଥାରେ କେତେ ସତ୍ୟତା ରହିଛି, ତାହା ଆଜି ମଧ୍ୟ ସ୍ପଷ୍ଟ ହୋଇନାହିଁ, କିନ୍ତୁ ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଜାହାଜ ଓ ଉଡାଜାହାଜ ଏହିଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ନିଜ ଅସ୍ତିତ୍ୱ ହରାଇଥିଲା । ଆଜିପର୍ଯ୍ୟନ୍ତ ମଧ୍ୟ ସେସବୁର କାରଣ ଜଣାପଡି ନାହିଁ କି ଦୁର୍ଘଟଣାଗ୍ରସ୍ତ ଯାନର ଭଗ୍ନାଂଶ ମଧ୍ୟ ମିଳି ନାହିଁ ।

ତେବେ ବରମୁଡା ଟ୍ରାଙ୍ଗେଲ ଭାବେ ପରିଚିତ ଏହି କ୍ଷେତ୍ର ଆମେରିକାର ପୂର୍ବ ତଟରୁ ଆରମ୍ଭ ହୋଇ କ୍ୟୁବା, ବରମୁଡା, ହିସ୍ପେନିଓଲା, ଜମୈକା ଓ ପୁଏଟ୍ରୋ ପର୍ଯନ୍ତ ବ୍ୟାପିଛି । ଏହାର କ୍ଷେତ୍ରଫଳ ୧୩ ଲକ୍ଷ କିଲୋମିଟରରୁ ୩୯ ଲକ୍ଷ କିଲୋମିଟର । ଏହି ସ୍ଥାନ ତ୍ରିକୋଣୀୟ ହୋଇଥିବାରୁ ଏହାକୁ ବରମୁଡା ଟ୍ରାଙ୍ଗେଲ କୁହାଯାଏ । କିନ୍ତୁ ଏହାର ଉଲ୍ଲେଖ କୌଣସି ରାଜନୈତିକ ନକ୍ସାରେ ନାହିଁ । ୧୯୬୪ରେ ଏହାର ଏମିତି ନାମକରଣ ହୋଇଥିଲା ।

ଏହି ସ୍ଥାନକୁ ନେଇ ରହିଛି ଅନେକ କଥା, କାହାଣୀ ଓ ନିର୍ମାଣ ହୋଇଛି ବହୁ ହଲିଉଡ ଫିଲ୍ମ।

Get real time updates directly on you device, subscribe now.