fbpx

ଶେଷ ଫିଲ୍ମ ପାଇଁ ଡିମାଣ୍ଡ କରି ଚର୍ଚ୍ଚାରେ ଥାଲାପତି, ଆଗରୁ କେହି କରି ନାହାନ୍ତି ଏତିକି ଚାର୍ଜ

ନୂଆଦିଲ୍ଲୀ: ପୁଣି ନୂଆ ରେକର୍ଡ ସୃଷ୍ଟି କଲେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ । ସେ କୌଣସି ନା କୌଣସି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ବେଳେ ବର୍ତ୍ତମାନ ଫିଲ୍ମ ପାଇଁ ଚାର୍ଜ କରି ଚର୍ଚ୍ଚାକୁ ଆସିଛନ୍ତି । ଗତ କିଛି ଦିନ ପୂର୍ବେ ସେ ରାଜନୀତି ଦୁନିଆରେ ପାଦ ଥାପିଥିଲେ । ତାମିଲଗା ବେତ୍ରୀ କଝଗମ ପାର୍ଟିକୁ ନିର୍ବାଚନ ଆୟୋଗଙ୍କ ତରଫରୁ ମାନ୍ୟତା ମିଳି ସାରିଥିବା ବେଳେ ଚଳଚ୍ଚିତ୍ର ଜଗତକୁ ଅଲବିଦା କହିଥିଲେ । ଏହାରି ଭିକରେ ଥାଲାପତିଙ୍କ ଆଉ ଏକ ଫିଲ୍ମ ଆସିବାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଫିଲ୍ମ ପାଇଁ ଯେତିକି ଚର୍ଚ୍ଚା ବଢୁନି ଫିଲ୍ମ ପାଇଁ ଚାର୍ଜ କରି ସେତିକି ଚର୍ଚ୍ଚା ବଢିଛି । ତାଙ୍କର ଆଗାମୀ ଚଳଚ୍ଚିତ୍ର ଥଲାପତୀ 69 ପାଇଁ ସେ ଅଧିକ ଚାର୍ଜ କରିଛନ୍ତି, ଏହା ପୂର୍ବରୁ ଆଉ କେଉଁ ମଧ୍ୟ ଅଭିନେତା ଏତିକି ଡିମାଣ୍ଡ କରିନଥିବା ଜଣାପଡିଛି ।

ଥାଲାପତି ବିଜୟ ଫିଲ୍ମ ଥାଲାପତି 69 ପାଇଁ 275 କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ବିଜୟଙ୍କର ପୂର୍ବ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଧମାଲ ମଚାଇଥିଲା । 2023ରେ ଆସିଥିବା ଲିଓ 605 କୋଟିରୁ ଅଧିକ ଟଙ୍କାର ବିଜନେସ କରିଥିଲା । ବର୍ତ୍ତମାନ ଥିଏଟରରେ ଧମାଲ କରୁଛି ଗୋଟ୍ । କହିରଖୁଛୁକି, ନିକଟରେ ରିଲିଜ ହୋଇଥିବା ଫିଲ୍ମ ଗୋଟ୍ ପାଇଁ 200 କୋଟି ଡିମାଣ୍ଡ କରିଥିଲେ ଥାଲାପତି । ଫିଲ୍ମ ପାଇଁ ଅଧିକ ଚାର୍ଜ କରୁଥିବା ଅଭିନେତାଙ୍କ ମଧ୍ୟରେ ସେ ପ୍ରଥମ ଥିଲେ । ବର୍ତ୍ତମାନ ଆହୁରି ମଧ୍ୟ ହାଇ ଡିମାଣ୍ଡ କରିଛନ୍ତି ଥାଲାପତି । ଆଗାମୀ ଫିଲ୍ମ ଥାଲାପତି 69 ପାଇଁ 275 କୋଟିରୁ ଅଧିକ ଚାର୍ଜ କରିଥିବା ଚର୍ଚ୍ଚା ହେଉଛି । ଏଭଳି ଚାର୍ଜ କରି ଥାଲାପତି ଶାହରୁଖ ଖାନ ଏବଂ ରଜନୀକାନ୍ତଙ୍କ ଭଳି ଆକ୍ଟରକୁ ପଛରେ ପକାଇଛନ୍ତି । ଶାହରୁଖ ଖାନ୍ ଗୋଟିଏ ଫିଲ୍ମ ପାଇଁ 150ରୁ 250 କୋଟି ଚାର୍ଜ କରିଥାନ୍ତି । ଥାଲାପତି 69 ପରେ ସେ ଆଉ ଫିଲ୍ମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.