fbpx

ହରିୟାଣା ବିଧାନସଭା ନିର୍ବାଚନ: ପରାଜୟକୁ ନେଇ ଚିନ୍ତାରେ ବିଜେପି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ହରିୟାଣା ଉପନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୪ରେ କୁରୁକ୍ଷେତ୍ରରୁ ବିଜେପି ପାଇଁ ନିର୍ବାଚନ ପ୍ରଚାର ଅଭିଯାନର ଶଙ୍ଖନାଦ କରିଛନ୍ତି । ଏହା ଏଥିପାଇଁ ଜରୁରୀ କାରଣ ହରିୟାଣାରେ ବିଜେପି ପ୍ରାର୍ଥୀଙ୍କ ସୂଚୀ ଜାରି ହେବା ସହ ବିଦ୍ରୋହ ଏବଂ ଇସ୍ତଫା ଭଳି ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ବିଜେପି ପାଇଁ ଏହି ନିର୍ବାଚନ ଜିତିବା କାହିଁକି ଜରୁରୀ ?

ବାସ୍ତବରେ ବିଜେପିର ବରିଷ୍ଠ ନେତାମାନେ ଭୟ କରୁଛନ୍ତି କି ହରିୟାଣାରେ ଦଳ ପରାଜିତ ହେଲେ ଭବିଷ୍ୟତରେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିପାରେ । ଅର୍ଥାତ ଲୋକସଭା ନିର୍ବାଚନ ପରେ ବିରୋଧୀ ଆହୁରି ଶକ୍ତିଶାଳି ହେବା ବ୍ୟତୀତ ସମ୍ବଳ ଦୃଷ୍ଟିରୁ ଏବଂ କୃଷକ ସମ୍ପ୍ରଦାୟକୁ ଏକ ବଡ଼ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ହରାଇବା । ଏଭଳି ସ୍ଥିତିରେ ହରିୟାଣାରେ କୌଣସିମତେ ନିର୍ବାଚନ ଜିତିବା ଉପରେ ଦଳର ଫୋକସ୍ ରହିଛି ।

ହରିୟାଣା ବିଧାନସଭା ନିର୍ବାଚନ ଜିତିବା ବିଜେପି ପାଇଁ କାହିଁକି ଜରୁରୀ ?

ରିପୋର୍ଟରୁ ପ୍ରକାଶ ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ ଦଳର ଦୂରଦୃଷ୍ଟି ବହୁତ ଉଚ୍ଚ ରହିଛି । ହରିୟାଣାରେ ବିଜେପି କ୍ଷମତାକୁ ଆସିଲେ କୃଷକ ବିରୋଧୀ ପ୍ରଦର୍ଶନରୁ କିଛି ମାତ୍ରାରେ ରକ୍ଷା ପାଇ ପାରିବ । ହରିୟାଣାରେ ପରାଜୟର କାରଣ- ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀ ପରେ ବିରୋଧୀଙ୍କ ନିୟନ୍ତ୍ରଣରେ ଆଉ ଏକ ରାଜ୍ୟ ଆସିବା । ନିକଟରେ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପିକୁ ଝଟକା ଲାଗିଥିଲା । ସେ ଆହୁରି ମଧ୍ୟ କହିଛନ୍ତି କି ପଞ୍ଜାବ ଏବଂ ହରିୟାଣାରେ କୃଷକ ଅନ୍ଦୋଳନକାରୀଙ୍କୁ ଦିଲ୍ଲୀ ପ୍ରବେଶ ପଥରେ ଅଟକାଇ ଦିଆଯାଇଥିଲା । ହରିୟାଣାରେ ବିଜେପି ସରକାର ହେଲେ ଏଭଳି ଆନ୍ଦୋଳନକୁ ରାଷ୍ଟ୍ରୀୟ ବିରୋଧୀ ହେବା ଉପରେ ରୋକ୍ ଲାଗି ପାରିବ ।

ହରିୟାଣାରେ ବିଜେପି ହାରିଲେ କ’ଣ ହେବ ?
ଉତ୍ତର ଭାରତରେ ନିବେଶ ଏବଂ ରିୟଲ ଇଷ୍ଟେଟ୍ ପାଇଁ ଦୃତ ଗତି ରେ ବିକଶିତ ହେଉଥିବା କ୍ଷେତ୍ର ହେଉଛି ଗୁରୁଗ୍ରାମ । ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ପୂର୍ବରୁ କଂଗ୍ରେସ ନିୟନ୍ତ୍ରଣ ମଧ୍ୟରେ ରହିଛି । ଗୁରୁଗ୍ରାମରେ କଂଗ୍ରେସଙ୍କ ରାଜ ଚାଲିଲେ ଦଳକୁ ମିଳୁଥିବା ଚାନ୍ଦାରେ ବୃଦ୍ଧି ହୋଇପାରେ । ଏହା ବିଜେପି ପାଇଁ ପରାଜୟ ହେବା ଠାରୁ ଅଧିକ ଚିନ୍ତାଜନକ ଅଟେ ।

Get real time updates directly on you device, subscribe now.