fbpx

ଆଖିର ଜ୍ୟୋତି ଫେରିପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ବ୍ୟାୟାମ

ନୂଆଦିଲ୍ଲୀ: ଆପଣଙ୍କ ଆଖିର ଜ୍ୟୋତି କମି ଯାଉଛି କି? କଣ ଭଲଭାବେ ଆଗରେ ଥିବା ଜିନିଷ ଦିଶୁନାହିଁ? ତେବେ ଜୀବନ ଚର୍ଯ୍ୟାରେ ଆପଣାନ୍ତୁ ନିୟମିତ ବ୍ୟାୟାମ, ଦେଖିବେ ମାତ୍ର ଅଳ୍ପ ଦିନରେ ଆଖିର ପୂର୍ବ ଜ୍ୟୋତି ପୁଣି ଫେରି ଆସିବ । ଏଥିପାଇଁ ଚଷମା ଲଗାଇବାକୁ ପଡିବ ନାହିଁ କି, ଔଷଧ ସେବନର ଆବଶ୍ୟକତା ରହିବନି । ତେବେ କଣ ସବୁ ଏହି ବ୍ୟାୟାମ ଆସନ୍ତୁ ଜାଣିବା ।

ତ୍ରିକୋଣାସନ-

ଆଖି ପାଇଁ ତ୍ରିକୋଣାସନ ବେଶ ସହାୟକ ହୋଇପାରିବ । ଏହି ବ୍ୟାୟାମ ଦ୍ୱାରା ଆଖିର ଆଖପାଖରେ ଥିବା ମସ୍ଲ ଟାଣିହୋଇଥାଏ । ଫଳରେ ଆଖିକୁ ରକ୍ତ ସଂଚାଳନ ସଠିକ ରୂପେ ହୋଇଥାଏ, ଆଖିରେ ଆସିଥିବା ଶୀଥିଳତା ଦୂର ହୁଏ ।

ଭ୍ରାମରୀ ପ୍ରାଣାୟାମ-

ଭ୍ରାମରୀ ପ୍ରାଣାୟାମ କଲେ ଆଖିର ଜ୍ୟୋତି ବୃଦ୍ଧି ଘଟିଥାଏ । ଏଥିସହ ଏହି ପ୍ରାଣାୟାମ ଆମକୁ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରେ ।

ସର୍ବାଙ୍ଗ ଆସନ-

ଏହି ଆସନଏହି ଆସନ ଆଖିକୁ ସୁ୍ସ୍ଥ ରଖିବା ସହ ମାନସିକ ଶାନ୍ତି ଦେବାରୁ ସହାୟକ ହୋଇଥାଏ । ଏଥିସହ ଡିପ୍ରେସନ ହ୍ରାସ କରିବାରେ ସର୍ଭାଗାସନ ମଧ୍ୟ ସହାୟକ ହୋଇଥାଏ ।

ସୁପ୍ତ ବଦ୍ଧାକୋନାସନ-

ଏହି ଆସନ କରିବା ଦ୍ୱାରା ଆଖିର ଆଖପାଖରେ ଥିବା ସମସ୍ୟା ଦୂର ହୋଇଥାଏ । ଏଥିସହ ଆଖିକୁ ଆରାମ ମିଳିବା ସହ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ଦୂରହୁଏ ।

ଏହି ସବୁ ଆସନ ସହ ଖାଦ୍ୟରେ ଏହି ସବୁ ସାମଗ୍ରୀର ବ୍ୟବହାର ଶୀଘ୍ର ଅଧିକ ଫାଇଦା ଦେଇପାରିବ । ଯେମିତି ବାଦାମ, କନ୍ଦମୂଳ, କମଳା, ଗାଜର ଜୁସ, ମେଥି ଓ ପାଳଙ୍ଗ ଆଖିର ସୁସ୍ଥତା ପାଇଁ ଉପଯୋଗୀ ହୋଇଥାଏ ।

Get real time updates directly on you device, subscribe now.