fbpx

HPCLରେ ଇଞ୍ଜିନୟର ପୋଷ୍ଟ ପାଇଁ ବିଜ୍ଞପ୍ତି, ମାସିକ ୧ ଲକ୍ଷରୁ ଅଧିକ କରିପାରିବେ ରୋଜଗାର

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ଡେ’ରେ ଇଞ୍ଜିନିୟରିଂ ସାରି ଚାକିରି ପାଇଁ ଆଶାବାନ୍ଧି ବସିଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ହିନ୍ଦୁସ୍ଥାନ ପେଟ୍ରୋଲିୟ କର୍ପୋରେସନ ଲିମିଟେଡ (ଏଚପିସିଏଲ)ରେ ଇଞ୍ଜିନିୟରିଂ ପ୍ରୋଫେସନଲ୍ସଙ୍କ ନିୟୁକ୍ତି ବାହାରିଛି । ଏଥିସହ ଜୁନିୟର ଏକ୍ଜିକ୍ୟୁଟିଭ, ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର, ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଇଞ୍ଜିନିୟର ପଦ ପାଇଁ ୧୦୦ଟି ପଦ ଖାଲି ରହିଛି । ଏହି ଭର୍ତ୍ତି ପାଇଁ ଆବେଦନର ଶେଷ ତାରିଖ ୪ ଅକ୍ଟୋବର ରଖା ଯାଇଛି ।

ଏହି ନିଯୁକ୍ତି, ଏଚପିସିଏଲ ରାଜସ୍ଥାନ ରିଫାଇନାରୀ ପାଇଁ ବାହାରିଛି । ଆବେଦନର ଅଫିସିଆଲ ୱେବ ସାଇଟ https://www.hrrl.in ରେ ଆବେଦନ କରିପାରିବେ । ଏଚପିସିଏଲରେ ବାହାରିଥିବା ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା, ବିଇ/ ବିଟେକ ପାସ, ଇଞ୍ଜିନିୟରିଂରେ ଡିପ୍ଲୋମା ଓ ସିଏ/ଆଇସିଏଆଇ ରହିଛି । ଏହା ବ୍ୟତୀତ ବିଏସସି କରିଥିବା ଆଶାୟୀଙ୍କ ପାଇଁ ମଧ୍ୟ ନିଯୁକ୍ତି ସୁଯୋଗ ରହିଛି ଏଚପିସିଏଲ ରାଜସ୍ଥାନରେ ।

ପଦବୀ

ଜୁନିୟର ଏଗ୍ଜିକ୍ୟୁଟିଭ- ଫାୟାର ଆଣ୍ଡ ସେଫ୍ଟି- ୩୭
ଜୁନିୟର ଏଗଜିକ୍ୟୁଟିଭ- ୪
ଆସିଷ୍ଟାଣ୍ଟ ଆକାଉଣ୍ଟସ ଅଫିସର- ୨
ଆସିଷ୍ଟାଣ୍ଟ ଇଞ୍ଜିନିୟର – କେମିକାଲ ପ୍ରୋସେସ- ୧୨
ମେକାନିକାଲ ଇଞ୍ଜିନିୟର- ୧୪
କେମିକାଲ ପ୍ରୋସେସ ଇଞ୍ଜିନିୟର- ୨୭
ଇଞ୍ଜିନିୟର ଫାୟାର ଆଣ୍ଡ ସେପ୍ଟି- ୪

ଜୁନିୟର ଏଗଜିକ୍ୟୁଟିଭ- ଫାୟାର ଆଣ୍ଡ ସେପ୍ଟି ପାଇଁ ତିନି ବର୍ଷର ଫୁଲ ଟାଇମ ଡିପ୍ଲୋମା ବା ସାଇନ୍ସ ରେ ଗ୍ରାଜୁଏଟ ହୋଇଥିବେ ଓ ଏଥିରେ ୬୦ ପ୍ରତିଶତ ସ୍କୋର କରିଥିବେ । ଏସସି ଓ ଏସଟି ତଥା ଦିବ୍ୟାଙ୍ଗଙ୍କ ପାଇଁ ପାଠ୍ୟକ୍ରମରେ ୫୦ ପ୍ରତିଶତ ରଖାଯାଇଛି ।ଏହା ବ୍ୟତୀତ ଫାୟାର ସେପ୍ଟିରେ ୬ ମାସର ସାର୍ଟିଫିକେଟ କୋର୍ସ ଥିବା ଜରୁରୀ । ସବୁ ପଦ ପାଇଁ ନିର୍ଦ୍ଧାରିତ ପାଠ୍ୟକ୍ରମରେ ଜେନେରାଲଙ୍କ ପାଇଁ ୬୦ ପ୍ରତିଶତ ନମ୍ବର ଆବଶ୍ୟକ ହେଉଥିବା ବେଳେ ଏସସି, ଏସଟି ଓ ଦିବ୍ୟାଙ୍ଗଙ୍କ ପାଇଁ ୫୦ ପ୍ରତିଶତ ରଖାଯାଇଛି ।

ଦରମା-
ଜୁନିୟର ଏଗ୍ଜିକ୍ୟୁଟିଭ ପେ ସ୍କେଲ ୩୦ହଜାରରୁ ୧ଲକ୍ଷ ୨୦ହଜାର ଟଙ୍କା ରହିଛି
ସେହିପରି ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ପେ ସ୍କେଲ- ୪୦ ହଜାରରୁ ୧ଲକ୍ଷ ୪୦ ହଜାର
ଇଞ୍ଜିନିୟରଙ୍କ ଦରମା ୫୦ ହଜାରରୁ ୧ଲକ୍ଷ ୬୦ ହଜାର ରଖାଯାଇଛି ।

Get real time updates directly on you device, subscribe now.