fbpx

Oh Teri… ଚାଲିଥିଲା Photoshoot… ଆରେ ଏ କ’ଣ ହେଇଗଲା! ପାଣିକୁ ଖସି ପଡ଼ିଲେ ମଡେଲ୍

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହୋଇଛି । ଫଟୋଶୁଟ ସମୟରେ ଜଣେ ମହିଳା ମଡେଲ ନଦୀ ପାଣିକୁ ଖସି ପଡିଥିଲେ । ଶୁଟିଂ ସମୟରେ ମହିଳା ଜଣକ ନଦୀ ମଧ୍ୟକୁ ଖସି ପଡିଥିଲେ । ସାମାନ୍ୟ ଅସାବଧାନତା କାରଣରୁ ମହିଳା ଜଣଙ୍କ ଦୋଳିରୁ ଖସି ପଡିଥିଲେ । ଏପରିକି ପାଣିରୁ ଉଠିବା ପରେ ମହିଳା ଜଣଙ୍କ ନିଜେ ମଧ୍ୟ ହସି ପକାଇଥିଲେ ।

ନଦୀ ମଝିରେ ଏକ ଦୋଳି ଲାଗିଥିବା ବେଳେ ଗୋଲାପୀ ଶାଢୀ ପିନ୍ଧି ମହିଳା ଜଣକ ଏଥିରେ ଝୁଲୁଥିଲେ । ମହିଳା ଶାଢୀର ପଣତ ଲମ୍ବା ରହିଥିବା ବେଳେ ଏହାକୁ ଦୂରରୁ ହଲାଉଥିଲେ ଜଣେ ଯୁବକ । ତେବେ ହଠାତ ଭାରସାମ୍ୟ ବିଗିଡି ଯାଇଥିଲା ଏବଂ ମହିଳା ଜଣଙ୍କ ଦୋଳିରୁ ଖସି ନଦୀରେ ଲଥ କରି ପଡିଥିଲେ । ଏହାପରେ ଇନଷ୍ଟାଗ୍ରାମରେ ଭିଡିଓଟିକୁ ଶେୟାର କରାଯାଇଥିବା ବେଳେ ଏହା ବେଶ ଭାଇରାଲ ହୋଇଥିଲା । ଦେଖନ୍ତୁ ଭାଇରାଲ ଭିଡିଓ…

Get real time updates directly on you device, subscribe now.