fbpx

(Video) ରେକର୍ଡ ଭାଙ୍ଗିଲା ଲଡୁ; 1କୋଟି 87 ଲକ୍ଷରେ ନିଲାମ, କେଉଁଠି?

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଧୂମଧାମରେ ହୋଇଥାଏ ଗଣେଷ ପୂଜା । ଏଠାରେ 10 ଦିନ ଧରି ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା କରାଯାଇଥାଏ । ସେହିପରି ବିସର୍ଜନ ସମୟରେ ବାପ୍ପାଙ୍କ ଲଡୁକୁ ନିଲାମ କରାଯାଇଥାଏ । ଚଳିତ ବର୍ଷ ଗୋଟିଏ ଲଡୁର ମୂଲ୍ୟ 1 କୋଟି 87 ଲକ୍ଷ ରହିଛି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ । ବଣ୍ଡାଲଗୁଡାରେ ରେକର୍ଡ କରିଛି ଲଡୁ ନିଲାମ । ଗତ ବର୍ଷ 1 କୋଟି 20 ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ 1 କୋଟି 87 ଲକ୍ଷରେ ବିକ୍ରି କରାଯାଇଛି ।

ଗଣେଶ ଉତ୍ସବର ଶେଷ ଦିନରେ ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ଗଣେଶ ଲଡୁ ନିଲାମ ହୋଇଥାଏ  । ଏହା ଏକ ପରମ୍ପରା ରହିଥିବା ବେଳେ ଚଳିତ ଥର ଅନେକ ସ୍ଥାନରେ ରେକର୍ଡ ମୂଲ୍ୟରେ ଲଡୁ ନିଲାମ ହୋଇଛି ।  ଏହି ତାଲିକାରେ ସବୁଠୁ ଶୀର୍ଷରେ ରହିଛି ବଣ୍ଡଲାଗୁଡ଼ା ଅନ୍ତର୍ଗତ କୀର୍ତ୍ତି ରିଚମଣ୍ଡ ଭିଲ୍ଲାର ଗଣେଶଙ୍କ ଲଡ଼ୁ । ତେବେ କେଉଁ ବ୍ୟକ୍ତି ଏତେ ଟଙ୍କା ଦେଇ ଲଡୁ କିଣିଲେ ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ । ବଣ୍ଡାଲଗୁଡା ହାଇଦ୍ରାବାଦର ସାଟେଲାଇଟ ସହର । ଏଠାରେ ଧୁମଧାମରେ ଅଗ୍ରପୂଜ୍ୟଙ୍କ ପୂଜା କରାଯାଇଥାଏ । ଏନେଇ ଗତବର୍ଷ କମିଟି ପକ୍ଷରୁ କୁହାଯାଇଥିଲା ଯେ, ଆମେ 6 ବର୍ଷ ପୂର୍ବେ 2 ଲକ୍ଷ ଟଙ୍କାରେ ଲଡୁ ବିକ୍ରି କରିଥିଲୁ । ଏହି ଟଙ୍କାକୁ ଗରିବ ଛୁଆଙ୍କୁ ବାଣ୍ଟିଥିଲୁ ।

Get real time updates directly on you device, subscribe now.