fbpx

ୱାନ ନେସନ, ୱାନ ଇଲେକ୍ସନ: ଇଣ୍ଡି ମେଣ୍ଟରେ ଫାଟ

ନୂଆଦିଲ୍ଲୀ: ଦେଶରେ ଏକକ ନିର୍ବାଚନ ପ୍ରସ୍ତାବରେ ମୋଦି କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ କଂଗ୍ରେସ ଏହାକୁ ବିରୋଧ କରୁଛି । କିନ୍ତୁ ଏହାକୁ ଇଣ୍ଡି ମେଣ୍ଟର ସହଯୋଗୀ ଦଳମାନେ ସମର୍ଥନ କରିଛନ୍ତି । ଏହାକୁ ଦେଖି ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି ।

କ୍ୟାବିନେଟ ମଞ୍ଜୁରୀ ପରେ ଏହାକୁ ସମର୍ଥନ କରିଛନ୍ତି ସପା ପ୍ରମୁଖ ଅଖିଳେଶ ଯାଦବ । ଅଖିଳେଶ କହିଛନ୍ତି ଦେଶରେ ଏକକ ନିର୍ବାଚନକୁ ତାଙ୍କ ଦଳ ସ୍ୱାଗତ କରୁଛି । ସପା ନେତା ରବିଦାସ ମେହରୋତ୍ରା କହିଛନ୍ତି, ସପା ଏହା ସପକ୍ଷରେ ରହିଛି । ବିଜେପି ଏଥିପାଇଁ ସର୍ବଦଳୀୟ ବୈଠକ ଡକାଇବାକୁ କହିଛନ୍ତି । ରାମଦାସ କହିଛନ୍ତି, ୧୦ ବର୍ଷ ହେଲା ବିଜେପି ଏହା କହୁଥିଲେ ମଧ୍ୟ ହୋଇପାରୁନି । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଏକ ସାଙ୍ଗରେ ହେଉ ।

ସେହିପରି ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଏକକ ନିର୍ବାଚନ ଉପରେ କହିଛନ୍ତି କି, ଏଦିଗରେ ସପାର ଷ୍ଟାଣ୍ଡ ସକାରାତ୍ମକ ରହିଛି । ଦେଶର ବିକାଶ ବିଏସପିର ଉଦ୍ଦେଶ୍ୟ ବୋଲି ମାୟାବତୀ କହିଛନ୍ତି ।
ହେଲେ ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି, ବ୍ୟବହାର ଉପଯୋଗୀ ନୁହେଁ । ନିର୍ବାଚନ ସମୟରେ ପ୍ରକୃତ ମୁଦ୍ଦାରୁ ଦୃଷ୍ଟି ହଟେଇବାକୁ ଚେଷ୍ଟା କରେ । ଏମିତି ବ୍ୟବସ୍ଥା ଚାଲିପାରିବ ନାହିଁ । ଲୋକଙ୍କ ଧ୍ୟାନ ହଟେଇବାକୁ ଏକକ ନିର୍ବାଚନକୁ ମୁଦ୍ଦା କରାଯାଏ ।

ତେବେ ଏକକ ନିର୍ବାଚନକୁ ନେଇ ଇଣ୍ଡି ମେଣ୍ଟର ମୁଖ୍ୟ ସହଯୋଗୀ ଦଳ କୁହାଯାଉଥିବା ସପାର ଭିନ୍ନ ମତ କଂଗ୍ରେସ ଓ ସପା ମଧ୍ୟରେ ମତ ବିଭେଦକୁ ସାମ୍ନାକୁ ଆଣିଛି । ଏପରି ସ୍ଥିତିରେ ଆଗାମୀ ଦିନରେ ଏହି ମୁଦ୍ଦା ମେଣ୍ଟରେ ଫାଟ ସୃଷ୍ଟି କରିବାର ସମ୍ଭାବନାକୁ ସ୍ପଷ୍ଟ କରିଛି ।

Get real time updates directly on you device, subscribe now.