fbpx

Video; ଠିଆ ହୋଇ ପରିସ୍ରା କରୁଛନ୍ତି କି? ହୋଇପାରେ ସାଙ୍ଘାତିକ ରୋଗ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନେ ଠିଆ ହୋଇ ପରିସ୍ରା କରିଥାନ୍ତି। ହେଲେ ଏପରି କରିବା କେତେ ଭୟଙ୍କର ରୋଗ ହୋଇ ପାରେ । ସେନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ । ଏହି ଭିଡିଓଟି ଅନଲାଇନରେ ବହୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଭିଡିଓଟିକୁ ଅନେକ ଲୋକ ଦେଖିସାରିଲେଣି । କ୍ଷତିକାରକ ସଂକ୍ରମଣରୁ ବର୍ତ୍ତିବା ପାଇଁ ପୁରୁଷମାନେ କାହିଁକି ଠିଆ ହୋଇ ପରିସ୍ରା କରିବା ଉଚିତ ନୁହେଁ । ଏନେଇ ଏହି ଭିଡିଓରେ ବିସ୍ତୃତ ବର୍ଣ୍ଣନା କରାଯାଇଛି ।

ଏହାବ୍ୟତୀତ ଯୁବପିଢି କିପରି ଖରାପ ଅଭ୍ୟାସର ବଶବର୍ତ୍ତୀ ହୋଇ ଅପରିଷ୍କା ଆଡ଼କୁ ମୁହେଁଇଲେଣି, ସେ ବିଷୟରେ ମଧ୍ୟ ଏଥିରେ କୁହାଯାଇଛି । ଭିଡିଓରେ ବର୍ଣ୍ଣନା କରାଯାଇଛି ଯେ କିପରି ପୁରୁଷମାନେ ଠିଆ ହୋଇ ପରିସ୍ରା କରନ୍ତି ସେତେବେଳେ ପରିସ୍ରାର ଧାର ପ୍ରାୟତଃ ଏପଟ ସେପଟ ହୋଇଥାଏ, ଯାହା ଶୌଚାଳୟ ପରିବର୍ତ୍ତେ ଆଖପାଖରେ ଛିଟିକି ପଡ଼ିଥାଏ ।

ଏହା ପ୍ରଥମେ ନିଜ ଗୋଡ଼-ହାତରେ ଛିଡିକି ପଡ଼ିଥାଏ, ଯାହା ଏତେ ଛଟ କଣିକା ଥାଏ ଯେ ଆମକୁ ଜଣାପଡ଼ି ନଥାଏ । ଏଥିସହିତ ବାର୍ଥରୁମରେ ଥିବା ଟୁଥ୍ ବ୍ରସ୍, ଟଏଲେଟ୍ ରୋଲ୍, ଟିସୁ ପେପର କିମ୍ବା ନିକଟରେ ଥିବା କୌଣସି ଜିନିଷରେ ଜୀବାଣୁ ଓ ବ୍ୟାକ୍ଟେରିଆ ବ୍ୟାପିପାରେ । ନିମ୍ନରେ ଦେଖନ୍ତୁ ଏହି ଭାଇରାଲ ହେଉଥିବା ଭିଡିଓକୁ । ପାଦ ସଫା କରିବାଠାରୁ ଆରମ୍ଭ କରି ନିଜ କାଖ ତଳକୁ ସତେଜ ରଖିବା ପର୍ଯ୍ୟନ୍ତ, ଏସବୁ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ।

ଏଠାରେ ୫ଟି ବ୍ୟକ୍ତିଗତ ସ୍ୱଚ୍ଛତା ଅଭ୍ୟାସ ପ୍ରତ୍ୟେକ ପୁରୁଷ ଅନୁସରଣ କରିବା ଉଚିତ୍-

 

 

Get real time updates directly on you device, subscribe now.