fbpx

Video; ଦୁର୍ଘଟଣାଗ୍ରସ୍ତ ଅଟୋକୁ ଏକା ଉଠାଇଲେ ସ୍କୁଲ ଛାତ୍ରୀ; ସାହସିକତା ପାଇଁ ସାଧୁବାଦ ଜଣାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ସ୍କୁଲ ଛାତ୍ରୀ ଏକାକି ଏକ ଦୁର୍ଗଟଣାଗ୍ରସ୍ତ ଅଟୋକୁ ଉଠାଇ ଦେଉଛନ୍ତି । ଛାତ୍ରୀ ଜଣକ ଜଣେ କି ଦୁଇ ଜଣ ନୁହଁନ୍ତି ବରଂ ଏହି ଦୁର୍ଘଟଣାରେ ତିନି ଜଣଙ୍କ ଜୀବନ ବଞ୍ଚାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଲୋକପ୍ରିୟ ହେବା ସହ ୟୁଜର୍ସ ଏହି ସାହସୀ ଝିଅକୁ ପ୍ରଶଂସା କରୁଛନ୍ତି ।

ଏପଟେ ଏହି ଘଟଣାକୁ ନେଇ ଓଡ଼ିଶା ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଛାତ୍ରୀଙ୍କ ଅଦମ୍ୟ ସାହାସ ପାଇଁ ତାଙ୍କୁ ସାବାସୀ ଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରା ଯାଇଛି । ଏଥିରେ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ଲେଖିଛି “ଝିଅର ସାହସିକତା ପାଇଁ ଅଟୋ ଦୁର୍ଘଟଣାଗ୍ରସ୍ତ ରକ୍ଷା ପାଇଗଲେ । ମାଙ୍ଗାଲୋର ସହରର ଭିଡିଓ ଭାଇରାଲ୍ ହେଉଛି । ସାହସୀ ଝିଅକୁ ସାଲ୍ୟୁଟ ।”

Get real time updates directly on you device, subscribe now.