fbpx

୩୦୦ କିଲୋ ତିରୁପତି ଆମିଷ ଲଡୁ ଅଯୋଧ୍ୟା ରାମ ମନ୍ଦିରରେ ବି ବଣ୍ଟାଯାଇଥିଲା, ମୁଖ୍ୟ ପୂଜାରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ପଶୁର ଚର୍ବିରେ ନିର୍ମିତ ଲଡୁ ପ୍ରାଣ ପ୍ରତିଷ୍ଠା ସମାରୋହରେ ବଣ୍ଟନ କରାଯାଇଥିଲା। ଏହି ଉତ୍ସବରେ ତିରୁପତି ମନ୍ଦିରରୁ ୩୦୦ କିଲୋ ପ୍ରସାଦ ବଣ୍ଟନ କରାଯାଇଥିଲା ବୋଲି ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କରିଥିଲେ। ଏହି ଖୁଲାସା ସେହି ବିବାଦ ମଧ୍ୟରେ ଆସିଛି, ଯେଉଁଥିରେ ତିରୁପତି ମନ୍ଦିରର ଲଡୁରେ ବ୍ୟବହାର କରାଯାଇଥିବା ଘିଅରେ ପଶୁଙ୍କ ଚର୍ବି ମିଶ୍ରଣର ଅଭିଯୋଗ ଲାଗିଛି।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ସମାଚାର ଏଜେନ୍ସି ପିଟିଆଇକୁ ନିଜର ମନ୍ତବ୍ୟ ଦେଇଛନ୍ତି ଯେ, ଯଦି ପ୍ରସାଦରେ ଜୀବମାନଙ୍କ ଚବ୍ରି ମିଶାଯାଇଛି, ତେବେ ଏହା ଅପରାଧ। ଦାୟିତ୍ୱ ଗ୍ରହଣ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।

ଏହି ବିବାଦର ଆରମ୍ଭ ସେବେ ହୋଇଥିଲା, ଯେବେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିରର ପ୍ରସାଦର ଗୁଣାବତ୍ତା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ଅଭିଯୋଗ ଲଗାଇଥିଲେ ଯେ, ପୂର୍ବତନ ୱାଇଏସଆଇସିପି ସରକାରଙ୍କ କାର୍ଯ୍ୟକାଳ ସମୟରେ ଲଡୁ ତିଆରି ପାଇଁ ନିମ୍ନମାନର ଘିଅ ବ୍ୟବହାର କରାଯାଇଥିଲା। ସେ କହିଥିଲେ ଯେ, ପୂର୍ବତନ ସରକାର ଶସ୍ତା ମୂଲ୍ୟରେ ନିମ୍ନମାନର ଘିଅ କିଣିଥିଲେ, ଯେଉଁଥିରେ ତିରୁପତି ଲଡୁର ପବିତ୍ରତା ଉପରେ ପ୍ରଶ୍ନ ଉଠିଛି।

ଟିଡିପି ଦ୍ୱାରା କରାଯାଇଥିବା ଲ୍ୟାବ ଟେଷ୍ଟ ରିପୋର୍ଟରେ ନାଇଡୁଙ୍କ ଅଭିଯୋଗ ସାମ୍ନାକୁ ଆସିଛି, ଯେଉଁଥିରେ ଏହା ମିଳିଛି ଯେ, ଘିଅରେ ପଶୁମାନଙ୍କ ଚର୍ବି, ବିଶେଷକରି ଗାଈ ଏବଂ ମାଛ ତେଲର ଅଂଶ ରହିଛି। ମନ୍ଦିର ପ୍ରଶାସନ ଚାରୋଟି ଭିନ୍ନ-ଭିନ୍ନ ପରିକ୍ଷଣ ଦାଖଲ କରିଛି, ସବୁଥିରେ ଗୋଟିଏ ପ୍ରକାରର ପରିଣାମ ସାମ୍ନାକୁ ଆସିଛି।

Get real time updates directly on you device, subscribe now.