fbpx

‘ଅରବିନ୍ଦ କେଜ୍ରିୱାଲଙ୍କ ସହ ମୋ ସଂପର୍କ ରାମ ଏବଂ ଲକ୍ଷଣଙ୍କ ଭଳି’, ମନୀଷ ସିସୋଦିଆଙ୍କ ବଡ଼ ବିବୃତ୍ତି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ବରିଷ୍ଠ ନେତା ମନୀଷ ସିସୋଦିଆ ରବିବାର ଦିନ ପାର୍ଟୀର ରାଷ୍ଟ୍ରୀୟ ସଂଯୋଜକ ଅରିବିନ୍ଦ କେଜ୍ରିୱାଲଙ୍କ ସହ ନିଜ ସଂପର୍କକୁ ରାମ ଏବଂ ଲକ୍ଷଣ ସହ କରିଛନ୍ତି। ଏଥିସହ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, କୌଣସି ରାବଣ ଆମକୁ ଅଲଗା କରିପାରିବେ ନାହିଁ। ବିଜେପି ଦିଲ୍ଲୀ ଇକାଇର ମୁଖ୍ୟ ବୀରେନ୍ଦ୍ର ସଚଦେବା ପ୍ରତି ଉତ୍ତର ଦେଇ କହିଛନ୍ତି ଯେ, ସିସୋଦିଆ ନାଟକର ବାଦଶାହ ଅଟନ୍ତି ଏବଂ ଆଗାମୀ ମାସରେ ହେବାକୁ ଥିବା ରାମଲିଳା ପୂର୍ବରୁ ନିଜକୁ ଲକ୍ଷଣ ଭାବେ ଅଭିନୟ କରିବାକୁ ଚେଷ୍ଟା କରୁଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କେଜ୍ରିୱାଲଙ୍କ ପ୍ରଥମ ‘ଜନତା କି ଅଦାଲତ’ ରାଲିରେ ସିସୋଦିଆ ଅଭିଯୋଗ କରିଛନ୍ତି ଯେ, ବିଜେପି ତାଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କଠାରୁ ଅଲଗା କରିବାକୁ ଚାହୁଁଛି, କିନ୍ତୁ କୌଣସି ରାବଣ ମଧ୍ୟରେ ସେତେ ଶକ୍ତି ନାହିଁ ପ୍ରଭୁ ରାମଙ୍କୁ ଲକ୍ଷ୍ମଣ ଠାରୁ ଦୂର କରିବେ। ”

ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିୱାଲ ଏକଛତ୍ରବାଦୀ ଶାସନର ରାବଣ ବିରୁଦ୍ଧରେ ରାମ ଏହି ଯୁଦ୍ଧ ଜାରି ରଖିବେ, ମୁଁ ଲକ୍ଷ୍ମଣ ଭାବରେ ତାଙ୍କ ସହ ଛିଡା ହେବି। ସିସୋଦିଆ ଆହୁରି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଜନସାଧାରଣ ତାଙ୍କୁ ସଚ୍ଚୋଟ ଭାବରେ ଗ୍ରହଣ ନକରନ୍ତି ସେ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ କିମ୍ବା ଶିକ୍ଷା ମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ।

Get real time updates directly on you device, subscribe now.