fbpx

ପ୍ୟାରିସ ଫାସନ ୱିକ ୨୦୨୪: ଐଶ୍ୱର୍ଯ୍ୟାଙ୍କୁ ଦେଖି ଲୋକେ ହରାଇଲେ ହୋସ

ପ୍ୟାରିସ: ପ୍ୟାରିସ ଫାସନ ସପ୍ତାହ ପାଇଁ ଫାସନ ଜଗତ ଚଳଚଞ୍ଚଳ । ବହୁ ଫିଲ୍ମ ଓ ମଡେଲିଂ ଜଗତର ଦିଗ୍ଜଙ୍କ ମେଳି ଏହି ଇଭେଣ୍ଟରେ । ଏଠାରେ ଉପସ୍ଥିତ ରହି ଅଭିନେତା, ଅଭିନେତ୍ରୀ ଓ ମଡେଲ ନିଜ ଜଲୱା ଦେଖାଉଛନ୍ତି । ତେବେ ଇଭେଣ୍ଟରେ ଯେତେବେଳେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଆସିଲେ, ତାଙ୍କ ସୌନ୍ଦର୍ଯ୍ୟ ଦେଖି କିଛି ସମୟ ପାଇଁ ସେଠାରେ ଉପସ୍ଥିତ ଲୋକଙ୍କ ହୃଦସ୍ପନ୍ଦନ ବଢିଯାଇଥିଲା । ସେହିପରି ଆଲିଆ ଭଟ୍ଟଙ୍କ ଦମଦାର ଏଣ୍ଟ୍ରୀ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଦୁଇ ଭାରତୀୟ ସୁନ୍ଦରୀଙ୍କ ଇଭେଣ୍ଟରେ ଉପସ୍ଥିତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଘୁରିବୁଲିଥିବା ଏକ ଫଟୋରେ ଐଶ୍ୱର୍ଯ୍ୟା ଗାଲରେ ହାତ ଦେଇ ବସିଥିବା ଦେଖିବାକୁ ମିଳିଛି । ସେହି ଫଟୋଟି ଇଭେଣ୍ଟ ପାଇଁ ନିଜକୁ ପ୍ରସ୍ତୁତ କରିବା ସମୟରେ ଡ୍ରେସିଂ ରୁମର ଫଟୋ । ଏହା ପରେ ରାମ୍ପକୁ ଓହ୍ଲାଇବା ବେଳେ ନାଲି ରଙ୍ଗର ହେଭି ଗାଉନ ପିନ୍ଧିଥିଲେ । ପଛରେ କିଛି ମଡେଲ ତାଙ୍କ ଗାଉନର ଉତ୍ତରୀୟକୁ ପଛରେ ଧରି ତାଙ୍କୁ ଅସୁସରଣ କରୁଥିଲେ । ରାମ୍ପରେ ବିଶ୍ୱସୁନ୍ଦରୀ ସମସ୍ତଙ୍କ ମନ ଜିଣିନେଇଥିଲେ । ରାମ୍ପ ସାରି ସମସ୍ତଙ୍କୁ ନମସ୍କାର କରିବା ସହ ଫ୍ଲାଇଂ କିସ ଦେଇ ସମସ୍ତଙ୍କୁ ନିଜର ଦିବାନା କରିଥିଲେ ବଚନ ପରିବାରର ବଧୂ ।

ଯେତେବେଳେ ଆଲିଆ ଭଟ୍ଟ ରାମ୍ପ ବ୍ୟାକ କରି ନିଜ ହାତ ହଲେଇବା ସହ ସ୍ମିତହାସ୍ୟ ଦେଇ ଦର୍ଶକଙ୍କୁ ଫ୍ଲାଇଂ କିସ ଦେଇଥିଲେ । ଏଥିସହ ସେ ତାଙ୍କ ସିଗନେଚର ପୋଜ ଦେଇଥିଲେଷ୍ଟେଜରେ । ପ୍ୟାରିସ ଫାସନ ଇଭେଣ୍ଟରେ ଆଲିଆ ଏକ ମେଟାଲିକ ସିଲଭର ଫିଟିଂ ଜମ୍ପସୁଟ ପିନ୍ଧିଥିଲେ, ଯାହା ତାଙ୍କ ବଡ୍ଡିକୁ ଆହୁରି ଆକୃଷ୍ଟ କରିଦେଇଥିଲା । ଆଲିଆଙ୍କ ମୁହଁରେ ଥିଲା ହାଲକା ମେକଅପର ଟଚ ।

Get real time updates directly on you device, subscribe now.