fbpx

କବର୍ ଖୋଳି ମୃତଦେହର ବେକ କାଟି ମୁଣ୍ଡ ନେଇଗଲା ଦୁର୍ବୃତ୍ତ; ଘଟଣା ଦେଖି ପୋଲିସ ବି ଛାନିଆ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କବର ଖୋଳି ମୃତଦେହର ବେକ କାଟି ଅଲଗା କରାଯାଇଛି। ଏହା ତନ୍ତ୍ର କାର୍ଯ୍ୟା ପାଇଁ ମୃତଦେହକୁ ବାହାର କରି ବେକ କାଟି ଦିଆଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଏହି ଖବର ଅଞ୍ଚଳରେ ବ୍ୟାପିବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ମୃତଦେହରୁ କିଏ ଓ କାହିଁକି ମୁଣ୍ଡ କାଟିଥାନ୍ତା ତାହାକୁ ନେଇ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ଜଣେ ପ୍ରସିଦ୍ଧ ଇମାମ୍ କାରି ସୈଫୁର ରହମାନଙ୍କ ବେକକୁ କବର ଖୋଳି କାଟି ଦିଆଯାଇଛି, ମୃତ ସୈଫୁର ରହମାନ ମସଜିଦରେ ନମାଜ ପଢ଼ାଉଥିଲେ। ଦୁଇ ମାସ ତଳେ ଜୁଲାଇ ୨୫ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହକୁ ଘର ନିକଟରେ ଥିବା ଏକ କବରଖାନାରେ କବର୍ ଦିଆଯାଇଥିଲା। ଆଜି ସକାଳେ ହଠାତ୍ ଲୋକଙ୍କ ଆଖି କବର ଉପରେ ପଡ଼ିବା ପରେ ମୃତଦେହର ବେକ କାଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା।

ମୃତଦେହର ଅଧା ଅଂଶ କବର ଭିତରେ ଥିବା ବେଳେ ମୃତଦେହର ମୁଣ୍ଡ ସମ୍ପୂର୍ଣ୍ଣ ନିଖୋଜ ଅଛି। ଏହା ସହ କବର ନିକଟରେ ଧୂପକାଠି, ରୁମାଲ ସମେତ କିଛି ତନ୍ତ୍ର ସାମଗ୍ରୀ ମଧ୍ୟ ପଡ଼ିରହିଥିଲା। କାରୀଙ୍କ ବେକ କାଟିଥିବା ବ୍ୟକ୍ତି ନିଶ୍ଚୟ ତାନ୍ତ୍ରିକ ହୋଇଥିବେ ଏବଂ ତନ୍ତ୍ର-ମନ୍ତ୍ର ପାଇଁ ମୃତଦେହର ବେକ କାଟି ଦିଆଯାଇଥିଲା ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପରେ ଗାଁରେ ପୁଲିସ ମୁତୟନ କରାଯାଇଛି। ମୃତଦେହରୁ କିଏ ଓ କାହିଁକି ବେକ କାଟିଲା ସେ ନେଇ ମଧ୍ୟ ତଦନ୍ତ ଚାଲିଛି।

Get real time updates directly on you device, subscribe now.