fbpx

ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ୫୫୮ ଜଣଙ୍କ ମୃତ୍ୟୁ, ୧୮୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସୋମବାରଠାରୁ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ ୫୦ ଶିଶୁଙ୍କ ସମେତ ୫୫୮ ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୧୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଲେବାନନର ସ୍ୱାସ୍ଥ୍ୟମନ୍ତ୍ରୀ ଫିରାସ ଆବିୟାଦ କହିଛନ୍ତି, ଏହି ଆକ୍ରମଣରେ ୧୮୩୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉନ୍ନତ ସେବା ଦେବା ପାଇଁ ଡାକ୍ତରୀ କର୍ମଚାରୀମାନେ କ୍ଷମତାଠାରୁ ଅଧିକ ଉଦ୍ୟମ କରିଥିଲେ।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆମର ସମର୍ଥନର ଆବଶ୍ୟକତା ରହିଛି । ଆମେ ଆଶା କରୁଛୁ ଯେ ଆଗାମୀ ସମୟ ଖରାପ ହେବ ନାହିଁ ।

ଡାକ୍ତରଖାନା ଓ ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିବାରୁ ଇସ୍ରାଏଲ ଆକ୍ରମଣରେ ୪ ଜଣ ଡାକ୍ତରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ଆବିୟାଦ କହିଛନ୍ତି ।

Get real time updates directly on you device, subscribe now.