fbpx

୬ ଲକ୍ଷ ମୋବାଇଲ ଫୋନ୍ ବନ୍ଦ, ତାଲିକାରେ ନାହିଁ ତ ଆପଣଙ୍କ ଫୋନ୍? ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମୋବାଇଲ ଫୋନ୍ ଉପରେ ସରକାର ନେଇଛନ୍ତି ଏକ ବଡ଼ ଆକ୍ସନ । ଦେଶରେ ୬ ଲକ୍ଷରୁ ଅଧିକ ମୋବାଇଲ ଫୋନ୍ ବନ୍ଦ କରିବା ସହ ୬୫ ହଜାର url ବ୍ଲକ କରିଛନ୍ତି ସରକାର । ସାଇବର କ୍ରାଇମରେ ସାମିଲ ଥିବା ଅଭିଯୋଗରେ ସରକାର ଏଭଳି ଏକ କଡ଼ା ନିଷ୍ପତ୍ତି ନେଇଛନ୍ତି । ଗୃହ ମନ୍ତ୍ରାଳୟର ସାଇବର ୱିଙ୍ଗ 14C ଲଗାତାର ସାଇବର ଫ୍ରଡ୍ ଉପରେ ନଜର ରଖିଛି । ବର୍ତ୍ତମାନ MHAର ଏହି ସାଇବର ୱିଙ୍ଗ ନିର୍ଦ୍ଦେଶ ଅନୁସାରେ ୬ ଲକ୍ଷ ମୋବାଇଲ ଫୋନ୍ ଏବଂ ୬୫ ହଜାର url ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାସହିତ ୮୦୦ରୁ ଅଧିକ ଆପ୍ଲିକେସନ୍ ମଧ୍ୟ ବ୍ଲକ କରିଛନ୍ତି ସରକାର ।

ସାରା ଦେଶରେ ସାଇବର ଅପରାଧ ରୋକିବା ପାଇଁ ସରକାର ସର୍ବଦା ତତ୍ପର ରହିଛନ୍ତି । ୨୦୨୩ NCRP(ନେସନାଲ ସାଇବର କ୍ରାଇମ ରିପୋର୍ଟିଙ୍ଗ ପୋର୍ଟାଲ)କୁ ପ୍ରାୟ ୧ ଲକ୍ଷରୁ ଅଧିକ ଇନଭେଷ୍ଟମେଣ୍ଟ ସ୍କାମ୍ ନେଇ ଅଭିଯୋଗ ହୋଇଥିଲା । ସାରା ଦେଶରେ ଏ ନେଇ ପ୍ରାୟ ୧୭ ହଜାର ମାମଲା ରୁଜୁ ହୋଇଛି । ସେହିପରି ଜାନୁୟାରୀ ୨୦୨୪ରୁ ସେପ୍ଟେମ୍ବର ୨୦୨୪ ସୁଦ୍ଧା ପ୍ରାୟ ୬୦୦୦ ଡିଜିଟାଲ ଆରେଷ୍ଟ ହୋଇଥିବା ବେଳେ ୨୦,୦୪୩ ଟ୍ରେଡିଙ୍ଗ ସ୍କାମ ଏବଂ ୬୨,୬୮୭ ଇନଭେଷ୍ଟ ସ୍କାମ ସହ ୧,୭୨୫ ଡେଟିଙ୍ଗ ସ୍କାମ ମାମଲା ଦେଖିବାକୁ ମିଳିଛି । ଗତ ୪ ମାସ ମଧ୍ୟରେ 14C ଏବଂ ରାଜ୍ୟ ୟୁନିଟ ୩,୨୫ ଲକ୍ଷ ସାଇବର କ୍ରାଇମ ଆକାଉଣ୍ଟକୁ ଡେବିଟ ଫ୍ରିଜ୍ କରାଯାଇଛି ।

ରିପୋର୍ଟ ଅନୁସାରେ, ଗତ କିଛି ମାସରେ ସାଇବର ଅପରାଧରେ ବ୍ୟବହାର ହେଉଥିବା ମୋଟ ୩,୪୦୧ ବିଭିନ୍ନ ଇଣ୍ଟରନେଟ ଇନଫ୍ରାଷ୍ଟ୍ରକଚର ଭଳି ସୋସିଆଲ ମିଡିଆ, ୱେବସାଇଟ ଏବଂ ହ୍ୱାଟ୍ସଆପ୍ ଗ୍ରୁପ୍ ବନ୍ଦ କରାଯାଇଛି । ସାଇବର ଫ୍ରଡରେ ୨,୮୦୦ କୋଟି ରୋକିବାରେ ସଫଳ ହୋଇଥିବା ଗୃହ ମନ୍ତ୍ରାଳୟ ତରଫର ସୂଚନା ମିଳିଛି । ଏଥିରୁ ପ୍ରାୟ ସାଇବର ଫ୍ରଡ୍ ରୁ ୮ ଲକ୍ଷ ୫୦ ହଜାର ସାଇବର ଭିକ୍ଟିମଙ୍କୁ ନ୍ୟାୟ ଦେବାରେ MHA ସାଇବର ୱିଙ୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି ।

Get real time updates directly on you device, subscribe now.