fbpx

୨ ଲକ୍ଷ ଦରମାର ଚାକିରି କରିବାକୁ ଚାହୁଁଛନ୍ତି କି? NTPC ରେ ନିଯୁକ୍ତି ପାଇବାର ସୂବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ନେସନାଲ ଥର୍ମାଲ ପାୱାର କର୍ପୋରେସନ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଥିଲା। ଯାହା ଅନୁଯାୟୀ, ସଂସ୍ଥାରେ ବମ୍ପର ପଦରେ ନିଯୁକ୍ତି ଦିଆଯିବ। ଏହି ଅଭିଯାନ ପାଇଁ ଆବେଦନ କରିବାର ଆଶାୟୀ ପ୍ରାର୍ଥୀ ଖୁବଶିଘ୍ର ଆବେଦନ କରନ୍ତୁ। ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ପାଖେଇ ଆସିଲାଣି।

ପ୍ରାର୍ଥୀ ଆବେଦନ କରିବା ପାଇଁ ଏନଟିପିସିର ଅଫିସିଆଲ ୱେବସାଇଟ ntpc.co.in କୁ ଯାଇ ଆବେଦନ କରିବାକୁ ହେବ। ପ୍ରାର୍ଥୀ ଏହି ଅଭିଯାନ ପାଇଁ ୨୮ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଅବେଦନ କରିପାରିବେ। ଏହି ଅଭିଯାନ ମାଧ୍ୟମରେ ସମୁଦାୟ ୨୫୦ ପଦବୀ ପୂରଣ ହେବ। ଏହି ନିଯୁକ୍ତି ଇଲେକ୍ଟ୍ରିକାଲ ଇରେକ୍ସନ, ମେକାନିକାଲ ଇରେକ୍ସନ, କଣ୍ଟ୍ରୋଲ ଆଣ୍ଡ ଇନଷ୍ଟ୍ରୁମେଣ୍ଟେସନ ଇରେକ୍ସନ ଏବଂ ସିଭିଲ କନଷ୍ଟ୍ରକ୍ସନ କ୍ଷେତ୍ରରେ ଡେପୁଟି ମ୍ୟାନେଜର ପଦ ଉପରେ କରାଯାଇଛି।

ଇଲେକ୍ଟ୍ରିକାଲ ଇରେକ୍ସନ- ୪୫ ପଦ
ମେକାନିକାଲ ଇରେକ୍ସନ- ୯୫ ପଦ
କଣ୍ଟ୍ରୋଲ ଆଣ୍ଡ ଇନଷ୍ଟ୍ରୁମେଣ୍ଟେସନ ଇରେକ୍ସନ- ୩୫ ପଦ
ସିଭିଲ କନଷ୍ଟ୍ରକ୍ସନ-୭୫ ପଦ

ଏଥିପାଇଁ ଆବେଦନ କରିବା ପାଇଁ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ରିଜର୍ଭଡ କାଟାଗୋରୀ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ମଧ୍ୟରେ ଆରାମ ପ୍ରଦାନ କରାଯାଇଛି। ତେବେ ଏହି ନିଯୁକ୍ତିରେ ପ୍ରାର୍ଥୀଙ୍କୁ ୭୦ ହଜାରରୁ ୨ ଲକ୍ଷ ଟଙ୍କା ମସିକ ବେତନ ଆକାରରେ ମିଳିବ। ତେବେ ଅଧିକ ଜାଣିବା ପାଇଁ ଏହି ntpc.co.in ଲିଙ୍କକୁ କ୍ଲିକ କରନ୍ତୁ।

Get real time updates directly on you device, subscribe now.