fbpx

କିପରି ଜାଣିବେ ଖୁଆ ଅସଲି କି ନକଲି ? ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ପାଖେଇ ଆସିଲାଣି ପାର୍ବଣ ଋତୁ । ଏହି ସମୟରେ ଅପମିଶ୍ରଣ ଅଧିକ ବୃଦ୍ଧି ପାଇଥାଏ । କିଛି ଲାଭଖୋର ବ୍ୟବସାୟୀ ନିରୀହ ଲୋକଙ୍କୁ ଠକିଥାନ୍ତି । ସେମାନଙ୍କ ଜୀବନ ସହ ଖେଳିବାକୁ ପଛାଇନଥାନ୍ତି । ବିଶେଷ କରି ପର୍ବପର୍ବାଣୀ ସମୟରେ ଲୋକମାନେ ଅଧିକାଂଶ ମିଠା ପ୍ରତି ଆକୃଷ୍ଟ ହୋଇଥାନ୍ତି । ବନ୍ଧୁବାନ୍ଧବଙ୍କ ଘରକୁ ସମ୍ମାନର୍ଥେ ମିଠା ନେଇ ଯିବା ପୁରୁଣା ରୀତିନୀତି ରହି ଆସିଛି ।

ଆଜିକାଲି କ୍ଷୀର, ପନୀର, ଘିଅ ଇତ୍ୟାଦି ଅପମିଶ୍ରିତ କରାଯାଉଛି । ଲୋକମାନେ ଆଗ ପଛ ନ ଭାବି କେବଳ ସୁନ୍ଦର ରଂଗ ଓ ସାଜସଜ୍ଜା ବିଶିଷ୍ଟ ମିଠା ପ୍ରତି ଆକର୍ଷିତ ହୋଇ କିଣୁଛନ୍ତି । ଏଥିରେ ବ୍ୟବହାର ହୋଇଥିବା ଜିନିଷ କେତେ ସୁରକ୍ଷିତ, ପ୍ରସ୍ତୁତି ପ୍ରଣାଳୀ, ଏକ୍ସପାୟରୀ ଇତ୍ୟାଦି ବିଷୟ ପ୍ରତି ଦୃଷ୍ଟି ଦେଉନାହାଁନ୍ତି । ମିଠାରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଜିନିଷ ମଧ୍ୟରୁ ଖୁଆ ଅନ୍ୟତମ । ଖୁଆରେ ପ୍ରସ୍ତୁତ ମିଠାରେ ଅଧିକ ଅପମିଶ୍ରଣ ହେଉଥିବା ଜଣାଯାଏ । ଏହାର ସେବନ କଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଆପଣ ଯଦି ଉତ୍ତମ କ୍ୱାଲିଟି ଏବଂ ଶୁଦ୍ଧ ଖୁଆ କିଣିବାକୁ ଚାହାଁନ୍ତି ତେବେ ନିମ୍ନଲିଖିତ ଟିପ୍ସ ଏବଂ ଟ୍ରିକ୍ ଆପଣାନ୍ତୁ । ଏମିତି କଲେ ଆପଣ ଅସଲି ଏବଂ ନକଲି ଖୁଆ ଭିତରେ ଫରକ ସହଜରେ ଜାଣି ପାରିବେ ।

୧. ପ୍ରଥମେ ଖୁଆ କିଣିବା ସମୟରେ ଆଙ୍ଗୁଳିରେ ଟିକେ ନେଇ ଘସନ୍ତୁ । ଅସଲି ଖୁଆ ଦାନା ପରି ଅନୁଭବ ହେବ ଏବଂ ଚିକ୍କଣ ରହିବ । କିନ୍ତୁ ନକଲି ଖୁଆ ଘସିିଲେ ରବର ପରି ଅନୁଭବ ହେବ ।

୨. ଗୋଟିଏ ପାତ୍ରରେ ଟିକିଏ ଗରମ ପାଣି ନିଅନ୍ତୁ । ଏଥିରେ କିଛି ଆୟୋଡିନ୍ ଏବଂ ୨ ଚାମଚ ଖୁଆ ମିଶାନ୍ତୁ । କିଛି ସମୟ ପରେ ଏହା ନୀଳ ରଂଗରେ ପରିବର୍ତ୍ତନ ହେଲେ ଏହା ଅପମିଶ୍ରିତ ବୋଲି ଜାଣିବେ ।

୩. ଅସଲି ଖୁଆ ଖାଇଲେ ପାଟିରେ ମିଳେଇଯାଏ । ଅପରପକ୍ଷରେ ନକଲି ଖୁଆ ଖାଇଲେ ପାଟିରେ ଚିପକି ଯାଏ ।

୪. ଅସଲି ଖୁଆର ସୁଗନ୍ଧ କ୍ଷୀର ପରି ମନେ ହୁଏ । କିନ୍ତୁ ନକଲି ଖୁଆରୁ ସେହିପରି କିଛି ଖାସ୍ ସୁଗନ୍ଧ ଅସେ ନାହିଁ ।

Get real time updates directly on you device, subscribe now.