fbpx

ଛାତ୍ରଙ୍କ ବ୍ୟାଗରେ ମାରଣାସ୍ତ୍ର, ଜାତିଗତ ବିଭେଦକୁ ନେଇ ସ୍କୁଲରେ ଉତ୍ତେଜନା, ଚିନ୍ତାରେ ପ୍ରଶାସନ

ତିରୁନେଲଭେଲି: ତାମିଲନାଡୁର ତିିରୁନେଲଭେଲି ସ୍କୁଲ ଛାତ୍ରଙ୍କ ମଧ୍ୟରେ ଜାତିଗତ ବିଭେଦ । ସ୍କୁଲକୁ ଆଣୁଛନ୍ତି ମାରଣାସ୍ତ୍ର । ସୃଷ୍ଟି କରୁଛନ୍ତି ଭୟ । ବାରମ୍ବାର ଏମିତି ଘଟଣା ବଢାଇଲାଣି ପ୍ରଶାସନର ଟେନସନ । ସୂଚନା ମୁତାବକ, ତିରୁନେଲଭେଲିର ଗୋଟିଏ ସ୍କୁଲରେ ଜଣେ ୧୦ ଛାତ୍ରଙ୍କ ବ୍ୟାଗରୁ ଗୋଟିଏ ଦାଆ, ଦୁଇଟି ଛୁରୀ, ଗୋଟିଏ ଲୁହା ରଡ ମିଳିଥିଲା । ଏହା ଜଣାପଡିବା ପରେ ଛାତ୍ର କହିଛି କି, ଅନ୍ୟ ଜାତିର କିଛି ପିଲାଙ୍କଠାରୁ ନିଜକୁ ବଞ୍ଚାଇବା ପାଇଁ ଏମିତି କରିଛି ଛାତ୍ର । ଘଟଣା ପରେ ସ୍କୁଲ ପ୍ରଶାସନ ସେହି ଛାତ୍ରକୁ ସ୍କୁଲରୁ ବହିସ୍କାର କରିଦେଇଛି । ଏଥିସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ଏହି ଘଟଣାରେ ନିଲମ୍ବିତ କରାଯାଇଛି । ଏହା ପୂର୍ବରୁ କିଛି ସପ୍ତାହ ତଳେ ଜାତିଗତ ଝଗଡା ହୋଇଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣ ଗୋଟିଏ ଜାତିର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆଉ ଏକ ଜାତିର ଥିଲେ ।

ଜିଲ୍ଲାରେ ସ୍କୁଲ ଛାତ୍ରଙ୍କ ମଧ୍ୟରେ ଜାତିକୁ ନେଇ ଝଗଡା ବଢିଚାଲିଛି । ଗୋଟିଏ ସପ୍ତାହ ପୂର୍ବରୁ ଜଣେ ଦଶମ ଛାତ୍ରଙ୍କୁ ପୋଲିସ ଗିରଫ କରିଥିଲା ସ୍କୁଲ ଭିତରେ ତାର ସାଙ୍ଗମାନଙ୍କ ଛୁରୀ ଦେଖାଇ ଡରାଇବା ଅଭିଯୋଗରେ । ସେହିପରି ଗତ ମାସରେ ଜଣେ ନବମ ଛାତ୍ର ତାର କ୍ଲାସମେଟକୁ ଦାଆରେ ଆକ୍ରମଣ କରିଥିଲା । ସେପଟେ ତିନି ଜଣ ଅନ୍ୟ ଛାତ୍ର ସ୍କୁଲକୁ ଛୁରୀ ଆଣିଥିଲେ ସ୍କୁଲର ହେଡମାଷ୍ଟରଙ୍କୁ ଆକ୍ରମଣ କରିବାକୁ । ହେଲେ ନାଙ୍ଗୁନେରୀ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।

ତେବେ ସଦ୍ୟତମ ଘଟଣାରେ, ଛାତ୍ରକୁ ଅନ୍ୟ ଜାତିର ସାଙ୍ଗମାନେ ଜୀବନରୁ ମାରିଦେବାକୁ ଧମକ ଦେଉଥିବାରୁ, ନିଜକୁ ସୁରକ୍ଷା ଦେବାକୁ ଛାତ୍ରଟି ବ୍ୟାଗରେ ଏକାଧିକ ମାରଣାସ୍ତ୍ର ଆଣିଥିଲା । କିନ୍ତୁ ପିଟି ଶିକ୍ଷକଙ୍କର ସନ୍ଦେହ ହେବାରୁ ଯେତେବେଳେ ସେ ଛାତ୍ରର ବ୍ୟାଗ ଯାଞ୍ଚ କଲେ, ସେସବୁ ପାଇଥିଲେ ।

Get real time updates directly on you device, subscribe now.