fbpx

(Video) ଟ୍ରେନ୍ ନା ରାଜ ମହଲ… ଗାଡ଼ି ଭିତରେ କାଚର ପ୍ରାସାଦ: ରେଷ୍ଟୁରାଣ୍ଟ, ବେଡରୁମ୍ ବି ଚକାଚକ୍

ଓଡ଼ିଶା ଭାସ୍କର: ଭାରତୀୟ ରେଳ ବିଭାଗକୁ ଏକ ନୂଆ ପରିଚୟ ଦେବା ପାଇଁ ପ୍ରୟାସ ଜାରି ରହିଛି । ରେଳ ବିଭାଗର ବିଭିନ୍ନ କ୍ଷେତ୍ରରେ ବିକାଶ କରିବା ସହ ଭାରତୀୟ ରେଳକୁ ଆହୁରି ଅପଡେଟ୍ କରାଯାଉଛି । ଟ୍ରେନ୍ ଭିତରେ ବସିଲେ ରାଜ ମହଲରେ ବଶିଲାଭଳି ଲାଗିବ । ଖାଇବା ଠାରୁ ଶୋଇବା ପର୍ଯ୍ୟନ୍ତ, ସବୁକିଛି ରାଜକୀୟ ଢଙ୍ଗରେ । ଏମିତି ଟ୍ରେନ୍ ଏବେ ବିଦେଶରେ ନୁହେଁ, ଭାରତରେ ଚାଲିବା ଆରମ୍ଭ ହୋଇଛି । ଯେଉଁଥିରେ ବସିବା ପାଇଁ ପର୍ଯ୍ୟଟକ ମାନଙ୍କର ଲମ୍ବା ଲାଇନ ଲାଗୁଛି । ଭାରତୀୟ ଟ୍ରେନ ଆଉ ଅପରିଷ୍କାର ହୋଇ ରହି ନାହିଁ । ଉନ୍ନତି ଦିଗରେ ଆଗେଇ ଚାଲିଛି ଭାରତୀୟ ରେଳ । ଏମିତିକି ଏବେ ପୁରା ରାଜମହଲ ଭଳି ତିଆରି ହୋଇଛି ଭାରତୀୟ ଟ୍ରେନ୍ । ଭିତରକୁ ଏଣ୍ଟ୍ରି କଲେ ଆପଣଙ୍କୁ ଲାଗିବ କୌଣସି ରାଜପ୍ରାସଦରେ ଏଣ୍ଟ୍ରି କରିଗଲେ । ପ୍ରତିଟି କୋଚରେ ରହିଛି ଏମିତି ଦୃଶ୍ୟ । ଏହି ଟ୍ରେନର ନାଁ ହେଉଛି ପ୍ୟାଲେସ ଅନ୍ ହୁଇଲ୍ସ ।

ଭାରତର ଏହି ଟ୍ରେନ ଏକଦମ୍ ରାଜାଙ୍କ ମହଲ ଭଳି ହୋଇଛି । ରାଜସ୍ଥାନରେ ଥିବା ବିରାଟ ବିରାଟ ମହଲ ଏହି ଟ୍ରେନ ଭିତରେ ରହିଛି । ଆଖି ଲାଖିଯିବ ଏହି ଟ୍ରେନ୍ ଭିତରକୁ ଗଲେ । ଟ୍ରେନ ଭିତରକୁ ଗଲେ, ମନେ ହେଉଛି ଯେମିତି ଚଲାବୁଲା କରି ପାରୁ ଥିବା ଏ ହେଉଛି ଗୋଟିଏ ରାଜ ମହଲ । ପର୍ଯ୍ୟଟକ ମାନଙ୍କୁ ବାଜା ବଜାଇ, ଫୁଲ ମାଳ ପକାଇ ହାତୀମାନେ ପାରମ୍ପରିକ ଭାବରେ ଧୁମଧାମରେ ସ୍ୱାଗତ କରୁଛନ୍ତିି । ଯେମିତି ଗୋଟିଏ ରାଜପ୍ରାସାଦ ଭିତରକୁ ପ୍ରବେଶ କଲାବେଳେ ରୀତି ନୀତି ହୋଇଥାଏ ସେମିତି ହିଁ ।

ଟ୍ରେନର ଅପରେସନ ଏବଂ ମ୍ୟାନେଜିଂ ଡାଇରେକ୍ଟର ଭଗବତ ସିଂ କହିଛନ୍ତି ଯେ, ଏହିଭଳି ଟ୍ରେନ୍ ଭାରତରେ ପ୍ରଥମ । ଏହି ଟ୍ରେନକୁ ଆମିର କିଲାର ସିସ ମହଲଭଳି ତିଆରି କରାଯାଛି । ସିସ ମହଲକୁ ତିଆରି କରିଥିବା କାରିଗରଙ୍କରୁ ପୂର୍ବଜ ଟ୍ରେନ ଭିତରେ ସିସମହଲକୁ ତିଆରି କରିଛନ୍ତି । ଏଥିରେ ଭାରତୀୟଙ୍କ ବ୍ୟତୀତ ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ, ସିଂଙ୍ଗାପୁର, ଶ୍ରୀଲଙ୍କା, ପୋଲାଣ୍ଡ, ସ୍ପେନରୁ ଆସିଥିବା ପର୍ଯ୍ୟଟକ ମାନେ ରହିଥିଲେ । ଟ୍ରେନ୍ ଗାନ୍ଧିନଗର ଠାରୁ ଜୟପୁର , ସାବାଇ, ମାଧୋପୁର, ଟାଇଗର ସଫାରି ପର୍ଯ୍ୟନ୍ତ ନିଆଯାଇଥିଲା । ଏହା ପରେ ଟ୍ରେନ୍ଟି ଚିତୋଡ଼, ଉଦୟପୁର, ଜୋଧପୁର, ଜୈସଲମେର, ଭରତପୁର ଏବଂ ଆଗ୍ରା ହୋଇ ଦିଲ୍ଲୀ ଫେରିଯିବ ।

 

Get real time updates directly on you device, subscribe now.