fbpx

Railwayରେ ବମ୍ପର ନିଯୁକ୍ତି; ବିନା ପରୀକ୍ଷାରେ ହେବେ ସିଲେକ୍ସନ, ଆଜି ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପଶ୍ଚିମ ରେଳବାଇ (WR) ରେ ଏକ ବମ୍ପର ନିଯୁକ୍ତି ହେବାକୁ ଯାଉଛି । ଏନେଇ ନୋଟିଫିକେସନ ମଧ୍ୟ ବାହାର କରାଯାଇଛି । ରେଲୱେ ରିକ୍ରୁମେଣ୍ଟମେଣ୍ଟ ସେଲ୍ (RRC), ୱେଷ୍ଟର୍ନ ରେଲୱେ (WR) ପଦବୀରେ ନିଯୁକ୍ତି ହେବାକୁ ରହିଥିବା ବେଳେ 5066ଜଣଙ୍କୁ ଚାକିରି ମିଳିବ । RRC WR ଆପ୍ରେଣ୍ଟିସ୍ ନିଯୁକ୍ତି 2024 ପାଇଁ ଆବେଦନ ପ୍ରକ୍ରିୟା 23 ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ rrc-wr.com ଓ୍ବେବସାଇଟକୁ ଯାଇ ଆବେଦନ କରିପାରିବେ । ଏହାର ଶେଷ ତାରିଖ ଅକ୍ଟୋବର 22 ରହିଛି ।

ଆବେଦନ ଫି-  ୱେଷ୍ଟର୍ନ ରେଲୱେ (WR) ପଦବୀ ପାଇଁ ଜେନେରାଲ ବର୍ଗ ଏବଂ ଓବିସିଙ୍କ ପାଇଁ 100 ଟଙ୍କା ଆବେଦନ ଶୁଳ୍କ ରହିଛି । ଏସସି, ଏସଟି, ଭିନ୍ନକ୍ଷମ ବର୍ଗ ଏବଂ ମହିଳା ବର୍ଗ ପ୍ରାର୍ଥୀଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ।

ବୟସ ସୀମା- ରେଳବାଇରେ ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 15 ବର୍ଷ ଏବଂ ସର୍ବାଧିକ ବୟସ 24 ବର୍ଷ ହେବା ଉଚିତ୍ । 22 ଅକ୍ଟୋବର 2024 ସୁଦ୍ଧା ବୟସ ଗଣନା କରାଯିବ । ସର୍ବାଧିକ ବୟସ ସୀମା ମଧ୍ୟରେ ଓବିସି ବର୍ଗକୁ ତିନି ବର୍ଷ କମ୍ ପାଇଁ,  ଏସସି ଏବଂ ଏସଟି ବର୍ଗଙ୍କୁ ପାଞ୍ଚ ବର୍ଷ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ଦଶ ବର୍ଷ ବୟସ ସୀମା କମ୍ ହେବ ।

ଯୋଗ୍ୟତା- ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡରୁ 10ମ ପାସ୍ କରିଥିବା ଆବଶ୍ୟକ । ଏହାସହିତ ITIT ସାର୍ଟିଫିକେଟ୍ ଥିବା ଜରୁରୀ ।

ଚୟନ ପ୍ରକ୍ରିୟା- ମାଟ୍ରିକ୍ ପରୀକ୍ଷା ଏବଂ ଆଇଟିଆଇ ସାର୍ଟିଫିକେଟ୍ ର ହାରାହାରି ମାର୍କ ନେଇ ପ୍ରସ୍ତୁତ ଯୋଗ୍ୟତା ତାଲିକା ଉପରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ । ଉଭୟଙ୍କୁ ସମାନ ଗୁରୁତ୍ୱ ଦିଆଯିବ । ଚୟନ ପ୍ରକ୍ରିୟାରେ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ମନୋନୀତ ପ୍ରାର୍ଥୀଙ୍କୁ ଏକ ବର୍ଷ ଶିକ୍ଷାଦାନ ତାଲିମ ଦିଆଯିବ । ଏହି ଅବଧି ମଧ୍ୟରେ ସେମାନଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ଦିଆଯିବ ।

Get real time updates directly on you device, subscribe now.