fbpx

ହ୍ୟାକ୍ ହେଲା ୧୯ଟି ରେଳ ଷ୍ଟେସନର Wi-Fi ନେଟୱାର୍କ, ପବ୍ଲିକ Wi-Fi ବ୍ୟବହାର କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ ?

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଅନଲାଇନ୍ ମାଧ୍ୟମରେ ଆରାମରେ ଘରେ ବସି ପ୍ରାୟ ସବୁ କାମ ସହଜରେ ହୋଇପାରୁଛି । ଏହା ସହ ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜିକାଲି ଅଧିକାଂଶ ସାର୍ବଜନିକ ସ୍ଥାନରେ ମାଗଣା ୱାଇଫାଇ ସେବା ଉପଲବ୍ଧ । କିନ୍ତୁ ଏଥିରେ ମଧ୍ୟ ସାଇବର ଠକାମୀ ହେବାର ଆଶଙ୍କା ରହିଥାଏ । ନିକଟରେ ବ୍ରିଟେନରେ ଏଭଳି ଏକ ବଡ଼ ଧରଣର ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି । ଏଥିରେ ହ୍ୟାକର୍ସମାନେ ୧୯ଟି ରେଳ ଷ୍ଟେସନର Wi-Fi ନେଟୱାର୍କ ହ୍ୟାକ୍ କରିଛନ୍ତି । ବର୍ତ୍ତମାନ ବ୍ରିଟିଶ ଟ୍ରାନ୍ସପୋର୍ଟ ପୋଲିସ ଏହି ମାମଲାର ଯାଞ୍ଚ୍ କରୁଛି । ପ୍ରାଥମିକ ରିପୋର୍ଟରୁ ପ୍ରକାଶ କି ହ୍ୟାକ୍ ହୋଇଥିବା ନେଟୱାର୍କକୁ ରିକଭର କରାଯାଇପାରିବ ନାହିଁ । କେବଳ ଏତିକି ନୁହେଁ ହ୍ୟାକର୍ସ Wi-Fi ନେଟୱାର୍କ ହ୍ୟାକ୍ କରିବା ପରେ ଆତଙ୍କବାଦୀ ଆକ୍ରମଣା ଚେତାବନୀ ଦେଇଛନ୍ତି ।

ବିବିସି ରିପୋର୍ଟରୁ ପ୍ରକାଶ ଲଣ୍ଡନ, ମାଞ୍ଚେଷ୍ଟର, ବରମିଙ୍ଗହମ୍ ସମେତ ୟୁକେରେ ୧୯ଟି ରେଳ ଷ୍ଟେସନର Wi-Fi ନେଟୱାର୍କ ହ୍ୟାକ୍ କରାଯାଇଛି । ପବ୍ଲିକ୍ ୱାଇଫାଇ ବ୍ୟବହାର କରିବା ପାଇଁ ଯାତ୍ରୀମାନେ ଲଗ୍ ଇନ୍ କରିବା ସମୟରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଏକ ମେସେଜ୍ ଆସିଥିଲା । ମେସେଜରେ ସିକ୍ୟୁରିଟି ୱାର୍ଣ୍ଣିଂ ସହ ସନ୍ଦିଗ୍ଧ ପପ୍ ଅପ୍ ଦେଖାଯାଇଥିଲା । ଫଳରେ ଯାତ୍ରୀମାନେ ଭୟଭୀତ ହୋଇଥିଲେ । ଖବର ପାଇ ଅଧିକାରୀମାନେ Wi-Fi ନେଟୱାର୍କ ସ୍ୱିଚ୍ ଅଫ୍ କରିଦେଇଥିଲେ ।
ବ୍ରିଟିଶ ରେଳବାଇ ମୁଖପାତ୍ରଙ୍କ କହିବାନୁଯାୟୀ ଚଳିତ ସପ୍ତାହ ଶେଷ ସୁଦ୍ଧା ପବ୍ଲିକ୍ ୱାଇଫାଇ ସୁବିଧା ପୁନଃ ରିଷ୍ଟୋର ହେବ । କେବଳ ବ୍ରିଟେନ୍ ନୁହେଁ ଅନେକ ଦେଶର ରେଳ ଷ୍ଟେସନ୍ ଏୟାରପୋର୍ଟ, ଶପିଂ ମଲ୍ ଏବଂ କମ୍ୟୁନିଟି ସେଣ୍ଟର ଭଳି ସ୍ଥାନରେ ଫ୍ରି ୱାଇଫାଇ ସୁବିଧା ପ୍ରଦାନ କରାଯାଇଥାଏ । ଭାରତରେ ଗୁଗୁଲ ଏବଂ ରେଳ ୱାୟାର ଦ୍ୱାରା ଏହି ସୁବିଧା ପ୍ରଦାନ କରିଥାଏ ।

ପବ୍ଲିକ୍ ୱାଇଫାଇ ବ୍ୟବହାର କରୁଥିଲେ ନିମ୍ନଲିଖିତ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଅଧିକାଂଶ ପବ୍ଲିକ୍ ୱାଇଫାଇ ସୁରକ୍ଷିତ ନଥାଏ । ଏହା ଦ୍ୱାରା କେହି ବି ସହଜରେ ନେଟୱାର୍କ ଆସେସ୍ କରିପାରିବେ ।

୧. ଆବଶ୍ୟକ ନଥିଲେ ପବ୍ଲିକ୍ ୱାଇଫାଇ ବ୍ୟବହାର କରନ୍ତୁ ନାହିଁ । ଅଧିକାଂଶ ବ୍ୟକ୍ତି ସ୍ମାର୍ଟଫୋନରେ ଗୋଟିଏ ନମ୍ବର ବ୍ୟବହାର କରିଥାନ୍ତି ଯାହା ସୋସିଆଲ ମିଡିଆ, ବ୍ୟାଙ୍କ ଏବଂ ୟୁପିଆଇ ଆକାଉଣ୍ଟ ସହ ଜଡ଼ିତ ଥାଏ । ଏହି ଡିଭାଇସରେ ପବ୍ଲିକ୍ ୱାଇଫାଇ ବ୍ୟବହାର କଲେ ହ୍ୟାକର୍ସ ସହଜରେ ଆଟାକ୍ କରିପାରିବେ ।

୨. ଲାପଟପରେ ପବ୍ଲିକ୍ ୱାଇଫାଇ ବ୍ୟବହାର କରୁଥିଲେ ଆଣ୍ଟି ଭାଇରସ୍ ସେବା ଅନ୍ ରଖନ୍ତୁ । ଏହା ଦ୍ୱାରା ସହଜରେ ହ୍ୟାକିଂ ହୋଇନଥାଏ ।

୩. କୌଣସି ୱେବସାଇଟ୍ ବ୍ରାଉଜ୍ କରିବା ସମୟରେ Incognito ବା ପ୍ରାଇଭେଟ୍ ମୋଡରେ ବ୍ରାଉଜ୍ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ସମ୍ବେଦନଶୀଳ ସୂଚନା ଗୁପ୍ତ ରହିଥାଏ ।

Get real time updates directly on you device, subscribe now.