fbpx

ପଞ୍ଜାବ ବିଜେପିକୁ ବଡ଼ ଝଟକା, ଇସ୍ତଫା ଦେଲେ ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁନୀଲ ଜାଖଡ଼ ! ଗୁଜବ ଭାଇରାଲ କରୁଛି ବିରୋଧୀ କହିଲେ ପ୍ରଦେଶ ମହାସଚିବ

ଚଣ୍ଡିଗଡ଼: ପଞ୍ଜାବରେ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିସାରିଛି । ରାଜ୍ୟର ୧୩, ୨୩୭ ଗ୍ରାମପଞ୍ଚାୟତ ପାଇଁ ଆସନ୍ତା ଅକ୍ଟୋବର ୧୫ରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ । ଏନେଇ ବୁଧବାର ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏଥିମଧ୍ୟରେ ରାଜ୍ୟ ବିଜେପିକୁ ଲାଗିଛି ବଡ଼ ଝଟକା । ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁନୀଲ ଜାଖଡ଼ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ହାଇକମାଣ୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଇସ୍ତଫା ପତ୍ର ସ୍ୱୀକାର କରିନାହାଁନ୍ତି । ଏନେଇ ପଞ୍ଜାବରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ହଲଚଲ ଦେଖାଦେଇଛି ।

ବାସ୍ତବରେ ଶୁକ୍ରବାର ସକାଳେ ସୁନୀଲ ଜାଖଡ଼ଙ୍କ ଇସ୍ତଫାକୁ ନେଇ ଗୁଜବ ଭାଇରାଲ ହୋଇଥିଲା । ତେବେ ତାଙ୍କ ଇସ୍ତଫା ଖବର ସମ୍ପୂୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ଅଟେ ବୋଲି ଦଳ ପକ୍ଷରୁ କୁହାଯାଇଛି । ସୁନୀଲ କୌଣସି ଇସ୍ତଫା ପତ୍ର ଦେଇନାହାଁନ୍ତି । କହିରଖୁଛୁ ଗୁରୁବାର ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା । ଏହି ବୈଠକରେ ସୁନୀଲ ଉପସ୍ଥିତ ନଥିଲେ । କିଛି ଦିନରୁ ସେ ଦଳରୁ ଦୂରତା ରକ୍ଷା କରୁଛନ୍ତି ଏବଂ ଦଳର ସଦସ୍ୟତାକୁ ନେଇ ସେ ଅସନ୍ତୁଷ୍ଟ ଥିବାର ବି ଦେଖାଦେଇଛି । ଅପରପକ୍ଷଷର ପଞ୍ଜାବ ବିଜେପି ମହାସଚିବ ଅନିଲ ସରିନଙ୍କ କହିବାନୁଯାୟୀ ସୁନୀଲଙ୍କ ଇସ୍ତଫା ଗୁଜବ ଭାଇରାଲ କରିବା ପଛରେ ବିରୋଧୀ ଦଳର ହାତ ଥାଇପାରେ ।

 

Get real time updates directly on you device, subscribe now.