fbpx

ୟୁପିର ଏହି ସରକାରୀ ବିଭାଗରେ ଲାଗୁ ହେଲା ଡ୍ରେସ୍ କୋଡ୍‌, ଫର୍ମାଲ ବ୍ଲେଜର ସହ ପିନ୍ଧିବେ ବ୍ୟାଜ୍‌

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜସ୍ୱ ବିଭାଗ ପକ୍ଷରୁ ଏହାର କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋଡକୁ ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନୂତନ ଡ୍ରେସ୍ କୋଡ ପିନ୍ଧିବା ଏବଂ ବ୍ୟାଜ୍ ଭାବେ ପ୍ରତୀକ ଚିହ୍ନ ଲଗାଇବା ଦ୍ୱାରା କର୍ମଚାରୀଙ୍କୁ ଫିଲ୍ଡରେ ସହଜରେ ଚିହ୍ନଟ କରାଯାଇପାରିବ । ଏହା ବ୍ୟତୀତ ସେମାନଙ୍କ ସହ ଘଟୁଥିବା ଦୁର୍ଘଟଣା ହ୍ରାସ ହୋଇପାରିବ ।

ଉତ୍ତରପ୍ରଦେଶ ରାଜସ୍ୱ ବିଭାଗ ଏହାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ(ଆକାଉଣ୍ଟାଣ୍ଟ, ଅମୀନ, ରାଜସ୍ୱ ନିରୀକ୍ଷକ ଏବଂ ନାୟବ ତହସିଲଦାର) ନିର୍ଦ୍ଦେଶ ଜାରି କରାଯାଇଛି । ଏଣିକି ସମସ୍ତ କର୍ମଚାରୀ ଧଳା ରଂଗର ସାର୍ଟ ସହ ଫର୍ମାଲ ବ୍ଲେଜର ପିନ୍ଧିବେ । ଏହା ସହ ସାର୍ଟ କିମ୍ବା ବ୍ଲେଜରର ବାମ ପଟରେ ବ୍ୟାଜ୍ ଲଗାଇବେ । କହିରଖୁଛୁ ସରକାରୀ ଜମିର ରକ୍ଷଣବେକ୍ଷଣ ପାଇଁ ରାଜସ୍ୱ ବିଭାଗ ଦାୟୀ ଅଟେ ।

Get real time updates directly on you device, subscribe now.