fbpx

ବର୍ଷା ଯୋଗୁଁ ଆରମ୍ଭ ହୋଇପାରିଲା ନାହିଁ ଦ୍ୱିତୀୟ ଦିନର ମ୍ୟାଚ୍; ପଡ଼ିଆରୁ ଫେରିଆସିଲେ ଖେଳାଳି

କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ କାନପୁରରେ ଖେଳାଯାଉଛି। କିନ୍ତୁ ଏହି ମ୍ୟାଚ୍ ପ୍ରଥମେ ବର୍ଷା ଯୋଗୁଁ ଅଟକି ଯାଇଥିଲା ଏବଂ ଦ୍ୱିତୀୟ ଦିନ ଶନିବାର ଠାରୁ ଆରମ୍ଭ ହୋଇପାରିନଥିଲା। କାନପୁରରେ ବର୍ଷା ଯୋଗୁଁ ଗ୍ରୀନ୍ ପାର୍କ ଷ୍ଟାଡିୟମର ପିଚ୍ ଓ ଗ୍ରାଉଣ୍ଡ ପାଲରେ ଗୋଡ଼ାଇ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭାରତ ଓ ବାଂଲାଦେଶ ଟିମ୍ ହୋଟେଲକୁ ଫେରିଆସିଛନ୍ତି।

ବାଂଲାଦେଶ ପ୍ରଥମ ଇନିଂସରେ ୩୫ ଓଭରରେ ୩ ଓ୍ଵିକେଟ୍ ହରାଇ ୧୦୭ ରନ୍ କରିଥିଲା। କିନ୍ତୁ ଏହା ପରେ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ମ୍ୟାଚ୍ ର ଦ୍ବିତୀୟ ଦିନରେ ଶନିବାର କାନପୁରରେ ବର୍ଷା ସହ ଦିନ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ଏହି କାରଣରୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ହୋଟେଲକୁ ଫେରିଥିଲା। ଟିମ୍ ଇଣ୍ଡିଆ ସହିତ ବାଂଲାଦେଶୀ ଖେଳାଳିମାନେ ମଧ୍ୟ ହୋଟେଲ ଅଭିମୁଖେ ବାହାରିଥିଲେ।

ବାଂଲାଦେଶ ପକ୍ଷରୁ ଜାକିର ହାସନ ଓ ସାଦମାନ ଇସଲାମ ପ୍ରଥମ ଇନିଂସରେ ଓପନିଂ କରିଥିଲେ। ଜାକିର ଶୂନ୍ୟରେ ଆଉଟ୍ ହୋଇଥିଲେ। ସାଦମାନ ୨୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମୋମିନୁଲ ହକ୍ ୪୦ ରନ୍ କରି ଅପରାଜିତ ରହିଥିଲେ। ସେ ୮୧ ଟି ବଲର ସମ୍ମୁଖୀନ ହୋଇ ୭ ଟି ଚୌକା ମାରିଥିଲେ । ନଜମୁଲ ହୁସେନ ଶାଣ୍ଟୋ ୩୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମୁଶଫିକୁର ରହିମ ୬ ରନ୍ କରି ଅପରାଜିତ ରହିଥିଲେ।

Get real time updates directly on you device, subscribe now.