fbpx

୫୭ ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍, ଓଲଟି ପଡ଼ିଲା ତୀର୍ଥଯାତ୍ରୀ ଗାଡ଼ି: ବାଲେଶ୍ୱରରେ ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ୫୭ ଜଣ ତୀର୍ଥଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍ ଅଚାନକ ଜାତୀୟ ରାଜପଥ ତଳକୁ ଖସି ପଡ଼ିଛି । ଜାତୀୟ ରାଜପଥରେ ଭୁବନେଶ୍ୱର-ପୁରୀ ଅଭିମୁଖେ ଯାଉଥିବା ବେଳେ ଏଠାରେ ୨୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ଦୁର୍ଘଟଣାରେ ୪ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ପରିଚୟ ମଧ୍ୟ ଜଣାଯାଇଛି ।

ରିପୋର୍ଟ ଅନୁସାରେ, ଭୁବନେଶ୍ୱର, କୋଣାର୍କ ଏବଂ ପୁରୀ ଯାତ୍ରା କରି ଫେରୁଥିବା ଏକ ତୀର୍ଥଯାତ୍ରୀ ବସ୍ ଅଚାନକ ଏକ ଦୁର୍ଘଟଣାର ଶିକାର ହୋଇଛି । ଜାତୀୟ ରାଜପଥରୁ ୨୦ ତଳ ଘାଇକୁ ଖସି ପଡ଼ିଥିବା ଜାଣିବାକୁ ମିଳିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁା ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ପ୍ରାଣ ହରାଇଥିବା ୪ ଯାତ୍ରୀଙ୍କ ମଧ୍ୟରୁ ଜଣେ ସିର୍ଦ୍ଧାର୍ଥନଗରର ରାମପ୍ରସାଦ, ସନ୍ତରାମ ଥିବା ବେଳେ ବଳରାମପୁରର ରାଜେଶ କୁମାର ମିଶ୍ର ଏବଂ ବେଲହଂସାର କମଳା ଦେବୀ ସାମିଲ ରହିଛନ୍ତି ।

ବିଭିନ୍ନ ତୀର୍ଥସ୍ଥାନ ବୁଲି ଘରକୁ ଫେରିବା ସମୟରେ ଏମାନେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେପଟେ ଆହତ ହୋଇଥିବା ୩୩ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ବାଲେଶ୍ୱର ଏବଂ ୨୩ ଜଣଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ କିଛି ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

Get real time updates directly on you device, subscribe now.