fbpx

‘ବ୍ଲାକମେଲ କରୁଥିଲା ମହାଲକ୍ଷ୍ମୀ, ଏଥିପାଇଁ ୫୯ ଖଣ୍ଡ..’; ଅଭିଯୁକ୍ତ ଭାଇଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲାରେ ପ୍ରତି ମୁହୂର୍ତ୍ତରେ ନୂଆ ଖୁଲାସା ହେବାରେ ଲାଗିଛି। ଏହି କ୍ରମରେ ବର୍ତ୍ତମାନ ଅଭିଯୁକ୍ତ ମୁକ୍ତିରଞ୍ଜନଙ୍କ ଭାଇ ସତ୍ୟରଞ୍ଜନ ଏକ ଇଣ୍ଡରଭ୍ୟୁରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସତ୍ୟରଞ୍ଜନ ମହାଲକ୍ଷ୍ମୀଙ୍କ ଉପରେ ତାଙ୍କ ଭାଇ ମୁକ୍ତିରଞ୍ଜନଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି।

ସତ୍ୟରଞ୍ଜନ କହିଛନ୍ତି ଯେ, ଗୋଟିଏ ଦିନ ମୋ ଭାଇ ମୁକ୍ତିରଞ୍ଜନ ଫୋନ କଲେ, କଥାବାର୍ତ୍ତାରୁ ସେ ବହୁତ ଚିନ୍ତିତ ଜଣାପଡୁଥିଲେ। ବହୁତ ପଚାରିବା ପରେ ସେ କହିଥିଲେ ଯେ; ମହାଲକ୍ଷ୍ମୀ ତାଙ୍କୁ ବ୍ଲାକମେଲ କରୁଛି। ମୁକ୍ତିରଞ୍ଜନ କହିଲେ ଯେ, ମହାଲକ୍ଷ୍ମୀ ତାଙ୍କୁ ସାତ ଲକ୍ଷ ଟଙ୍କା ଏବଂ ସୁନା ଚେନ ନେଇଛନ୍ତି। ଯେତେବେଳେ ପରିବାର ଲୋକେ ଏହା ଜାଣିଲେ, ସେତେବେଳେ ସେମାନେ ରାଗିଗଲେ। ପରିବାର ଲୋକେ ମୁକ୍ତିରଞ୍ଜନଙ୍କୁ କହିଲେ ଯେ, ଯଦି ଆପଣ ସବୁକିଛି ସେହି ଝିଅକୁ ଦେଇଦେବେ ତେବେ ଆମେ କଣ କରିବୁ ଏବଂ କୁଆଡେ ଯିବୁ।

ରିପୋର୍ଟ ମୁତାବକ, ମହାଲକ୍ଷ୍ମୀଙ୍କ ହତ୍ୟାର ଗୋଟିଏ ଦିନ ପୂର୍ବରୁ ସେ ମୁକ୍ତି ରଞ୍ଜନଙ୍କ ଘରକୁ ଆସିଥିଲେ। ମୁକ୍ତିରଞ୍ଜନଙ୍କ ମାଆ ମଧ୍ୟ ତାଙ୍କ ଘରକୁ ଆସିବାର କଥା ସ୍ୱୀକାର କରିଥିଲେ। ମୁକ୍ତିରଞ୍ଜନଙ୍କ ମାଆ କହିଥିଲେ ଯେ, ତିନୋଟି ପିଲାଙ୍କ ମଧ୍ୟରୁ ମୁକ୍ତିରଞ୍ଜନ ସବୁଠାରୁ ସାନ ଥିଲା ଏବଂ ସେ ଦୁଇ ବର୍ଷ ପରେ ଘରକୁ ଆସିଥିଲେ। ରାତି ୧୦ଟାରେ ଘରକୁ ଆସିବା ବେଳେ ମୁକ୍ତିରଞ୍ଜନ ବହୁତ ଚିନ୍ତାରେ ଥିଲେ। ଘରକୁ ଆସି ସେ ଚାହା କରିବାକୁ କହିଥିଲେ ଏବଂ ପରେ ସେ ଖାଦ୍ୟ ମଧ୍ୟ ଖାଇଥିଲେ। ସକାଳ ଚାରିଟାରେ ଘରେ ରହିବା ପରେ ସେ ଲ୍ୟାପଟପ, ମୁଦୀ ଏବଂ ଚେନ ନେଇ ବାହାରକୁ ପଳାଇଥିଲେ।

ସତ୍ୟରଞ୍ଜନ ଆହୁରି ମଧ୍ୟ କହିଛନ୍ତି ଯେ, ହତ୍ୟା ପୂର୍ବରୁ ମୁକ୍ତିରଞ୍ଜନ ମୋ ପାଖକୁ ଆସି କହିଥିଲେ ଯେ, ମୁଁ ବହୁତ ଅସୁବିଧାରେ ଅଛି, ଡର ଲାଗୁଛି ଯେ, କୌଣସି ଅପରାଧ ନ କରେ। ଆଉ ଥରେ ଯେତେବେଳେ ମୁକ୍ତିରଞ୍ଜନ କେରଳ ଯାଉଥିଲେ, ସେତେବେଳେ ରାସ୍ତାରେ ତାଙ୍କ ବାଇକ ଅଟକାଇ ମହାଲକ୍ଷ୍ମୀ ତାଙ୍କୁ ବାଡାଇତିଲେ। ଲୋକେ ତାଙ୍କୁ ବହୁତ ଜୋରରେ ବାଡାଇଥିଲେ ଏବଂ ଏହାପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ତାଙ୍କୁ ଏକ ହଜାର ଟଙ୍କା ନେଇ ଛାଡିଥିଲା।

Get real time updates directly on you device, subscribe now.