fbpx

CSK ଦଳ ଛାଡ଼ିଲେ ଧୋନୀଙ୍କ ଧୁରନ୍ଧର: ଗମ୍ଭୀରଙ୍କ ସ୍ଥାନରେ ସାମିଲ ହେଲେ DJ Bravo

ନୂଆଦିଲ୍ଲୀ: IPL-2025 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ଏକ ଶକ୍ତ ଝଟକା । ପୂର୍ବତନ ଆଇପିଏଲ ଚମ୍ପିଆନ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସରୁ ବିଦାୟ ନେଇଛନ୍ତି ଧୋନୀଙ୍କ ଧୁରନ୍ଧର । ଆଇପିଏଲର ନୂଆ ସିଜନ ପୂର୍ବରୁ ବର୍ତ୍ତମାନ ମାହିଙ୍କ ହାତ ଛାଡ଼ିଛନ୍ତି ବୋଲିଂ କୋଚ୍ ତଥା ପୂର୍ବତନ କ୍ରିକେଟର ଡ୍ୱେନ୍ ବ୍ରାଭୋ । ଚେନ୍ନାଇ ଛାଡ଼ିବା ପରେ ବ୍ରାଭୋ ଗୌତମ ଗମ୍ଭୀରଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଆଇପିଏଲ-୨୦୨୪ର ଚମ୍ପିଆନ୍ କୋଲକାତା ନାଇଟ ରାଇଡର୍ସ ଦଳରେ ମେଣ୍ଟର ଭାବରେ ସାମିଲ ହୋଇଛନ୍ତି ‘ଚମ୍ପିଆନ୍ ବ୍ରାଭୋ’ ।

ନିକଟରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିବା ପରେ ଚେନ୍ନାଇ ସୁପର କିଙ୍ଗସ ହାତ ଛାଡ଼ିଛନ୍ତି ବ୍ରାଭୋ । ଆଇପିଏଲ-୨୦୨୪ରେ ଚେନ୍ନାଇ ପାଇଁ ବୋଲିଂ କୋଚ୍ ଭାବରେ ଦାୟିତ୍ୱ ତୁଲାଇଥିବା ବ୍ରାଭୋ ଆଗାମୀ ସିଜନ ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ମେଣ୍ଟର ଭାବରେ ସାମିଲ ହୋଇଛନ୍ତି । ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ସହ ଏହି ଫ୍ରାଞ୍ଚାଇଜି ବିଦେଶୀ ଲିଗରେ ମଧ୍ୟ ବ୍ରାଭୋ ମେଣ୍ଟର ଭୂମିକାରେ ଦାୟିତ୍ୱ ଗ୍ରହଣ କରିବେ । ଏହି ନୂଆ ଆରମ୍ଭକୁ ନେଇ ନିଜ ଖୁସି ଜାହିର କରିଛନ୍ତି ଡ୍ୱେନ୍ ବ୍ରାଭୋ । କୋଲକାତା ନାଇଟ ରାଇଡର୍ସର ପୂର୍ବତନ କୋଚ୍ ଗୌତମ ଗମ୍ଭୀରଙ୍କ ସ୍ଥାନ ଗ୍ରହଣ କରିବା ପରେ ବ୍ରାଭୋ ଖୁବ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ।

 

View this post on Instagram

 

A post shared by Kolkata Knight Riders (@kkriders)

ବ୍ରାଭୋ କହିଛନ୍ତି ଯେ, “ମୁଁ ଗତ ୧୦ ବର୍ଷରୁ ସିପିଏଲରେ ଟ୍ରିନିବାଗୋ ନାଇଟ ରାଇଡର୍ସରେ ସାମିଲ ରହିଛି । ବିଭିନ୍ନ ଲିଗରେ ନାଇଟ ରାଇଡର୍ସ ପାଇଁ ଏବଂ ଏହା ବିପକ୍ଷରେ ଖେଳିବା ପରେ ମୁଁ ଏହାର ସଞ୍ଚାଳନର ପ୍ରକ୍ରିୟାକୁ ବେଶ୍ ସମ୍ମାନ କରୁଛି । ମାଲିକଙ୍କ ଜୋସ୍, ପ୍ରବନ୍ଧନର ବ୍ୟବସାୟିକତା ଏବଂ ପରିବାର ଭଳି ମାହୋଲ ଏହାକୁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହା ମୋ ପାଇଁ ସମ୍ପୂର୍ଣ୍ଣ ଉଚିତ୍ ମଞ୍ଚ । ଖେଳିବାରୁ ଆରମ୍ଭ କରି ଆଗାମୀ ପିଢୀର ଖେଳାଳିମାନଙ୍କୁ ପରାମର୍ଶ ଦେବା ଏବଂକୋଚିଙ୍ଗ ଦେବା ପର୍ଯ୍ୟନ୍ତ ଯାତ୍ରା ନିଶ୍ଚିତ କରୁଛି ।”

Get real time updates directly on you device, subscribe now.