fbpx

ପାର୍ବଣରେ ବଡ଼ ବର୍ଷା ଆଶଙ୍କା, ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ହେବାର ଆଶଙ୍କା ରହିଛି। ଅକ୍ଟୋବରରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଲଘୁଚାପ ଆଶଙ୍କା କରାଯାଉଛି। ଅକ୍ଟୋବର ୪ରୁ ୧୦ ଭିତରେ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଉଛି। ବାତ୍ୟା ମାସରେ ଲଘୁଚାପ ସୃଷ୍ଟି ହେଲେ ଅଧିକ ଘନିଭୂତ ହେବ। ଲଘୁଚାପ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି। ତେବେ ରାଜ୍ୟରେ ପ୍ରବଳ ବର୍ଷା ପରେ ଦୁଇ ଦିନ ହେବ ପାଗ ଶୁଖିଲା ରହିଛି।

ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୪ ଦିନ ଯାଏଁ ଅର୍ଥାତ ୩ ତାରିଖ ଯାଏଁ ପ୍ରବଳ ବର୍ଷା ପାଇଁ କୌଣସି ସତର୍କ ସୂଚନା ନାହିଁ । ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ୪ ତାରିଖ ବେଳକୁ ବଢିପାରେ ବର୍ଷାର ପରିମାଣ । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସାରଣ କରିବା ଆରମ୍ଭ ହୋଇଯାଇଥିବା ବେଳେ ବର୍ତ୍ତମାନ ଫିରୋଜପୁର, ସୀଷରା, ଚୁରୁ, ଅଜମେର, ଦିଶା, ଜୁନାଗଡ ଓ ମାଉଣ୍ଟ ଆବୁରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି ।

Get real time updates directly on you device, subscribe now.