fbpx

(Breaking) ମନ୍ତ୍ରୀ କହିଲେ, ବନ୍ଦ ହେବନି ରାସନ କାର୍ଡ ଇକେଓ୍ବାଇସି ପଞ୍ଜିକରଣ

ଭୁବନେଶ୍ବର: ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ଯ ଯୋଗାଣକୁ ଆହୁରି ସ୍ବଚ୍ଛ ଓ ଗତିଶୀଳ କରିବାକୁ ରାସନ କାର୍ଡରେ ବର୍ଷ ବର୍ଷ ଧରି ଚୋରି କରୁଥିବା ହିତାଧିକାରୀଙ୍କୁ ଚିହ୍ନିବାକୁ ସରକାର ଇକେଓ୍ବାଇସି ଲିଙ୍କ କରିଛନ୍ତି  ା ଏହି ଇକେଓ୍ବଇସି ନେଇ ବିଜ୍ଞପ୍ତି ବାହାରିବା ପରଠାରୁ କିଛି ଅସାଧୁ ବ୍ଯକ୍ତି ବିଶେଷ ଗରିବ ହିତାଧିକାରୀଙ୍କୁ ଡରାଇବା ଆରମ୍ଭ କରିଛନ୍ତି  ଏମିତି ବେଳରେ ରାଜ୍ଯ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ହିତାଧିକାରୀଙ୍କୁ ଆଜି ଆଶ୍ବସ୍ତ କରିଛନ୍ତିା ମନ୍ତ୍ରୀ କହିଛନ୍ତି କି, ଶେଷ ଲୋକର ଇକେଓ୍ବଇସି ନ ହେବା ଯାଏଁ ବନ୍ଦ ହେବନି ପଞ୍ଜିକରଣ  ା

ଏଥିରେ ପ୍ରାଯ ସାଢେ ୩ କୋଟି ଲୋକଙ୍କୁ ସାମିଲ କରିବାକୁ ରହିଛି  ା ଦୁଇ କୋଟି ଲୋକଙ୍କର ଇକେଓ୍ବାଇସି ସରିଛି, ଆହୁରି ଦେଢ କୋଟିଙ୍କର ପଞ୍ଜିକରଣ ବାକି ରହିଛି ା  ସମସ୍ତଙ୍କ ସରିବା ବେଳକୁ ଆହୁରି ଦେଢ ମାସ ଲାଗିିଯିବ  ା ସମସ୍ତଙ୍କର ଇକେଓ୍ବାଇସି ଲିଙ୍କ ପରେ ଫଲ୍ସ କାର୍ଡଧାରୀଙ୍କ ତଥ୍ଯ ସାମ୍ନାକୁ ଆସିବ ବୋଲି କହିଛନ୍ତି ମନ୍ତ୍ରୀ ା ଫଲ୍ସ କାର୍ଡଧାରୀଙ୍କ ଚିହ୍ନଟିକରଣ ପରେ ସେମାନଙ୍କ କାର୍ଡ ଡିସକ୍ବାଲିଫାଏ ହୋଇଯିବ  ତା ପରେ ଯୋଗ୍ଯ ହିତାଧିକାରୀଙ୍କୁ କାର୍ଡ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ା

Get real time updates directly on you device, subscribe now.