fbpx

୬ ତାରିଖରୁ ପୁଣି ଫାଟିବ ବାଦଲ, ସରିନି ବର୍ଷା: ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏ ନେଇ ସମ୍ଭାବନା ଜାରି କରିଛି ପାଣିପାଗ ବିଭାଗ । ଫଳରେ ରାଜ୍ୟରେ ବର୍ଷାର ପରିମାଣ ପୁଣିଥରେ ବୃଦ୍ଧି ହୋଇପାରେ । ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ପାଣିପାଗ ବିଭାଗ ଅନୁସାରେ, ଆସନ୍ତା ୬ ତାରିଖ ବେଳକୁ ଆଉ ଏକ ଲଘୁଚପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.