fbpx

(Video) ନେପାଳରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ, ୧୭୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବର୍ଷା ପରେ ବନ୍ୟା ଏବଂ ଭୂସ୍ଖଳନ ଜାରି ରହିଛି। ଯେଉଁଥିରେ ଲଗାତାର ଲୋକଙ୍କ ମୃତ୍ୟୁ ଘଟୁଛି। ପୋଲିସ ଅନୁ୍‌ାୟୀ, କାଠମାଣ୍ଡୁ ଘାଟିରେ ବର୍ଷା କାରଣରୁ ଏପର୍ଯ୍ୟନ୍ତ ୪୩ ଲୋକଙ୍କ ପ୍ରାଣହାନି ଘଟିଛି। ବନ୍ୟା,ଭୂସସ୍ଖଳ ଏବଂ ଚାରିଆଡେ ଜଳ ପରିପୂର୍ଣ୍ଣ କାରଣରୁ ୫୫ ଜଣ ଲୋକେ ନିଖୋଜ ଅଛନ୍ତି, ଅନ୍ୟପକ୍ଷେ ୧୦୧ ଜଣ ଆହତ ହୋଇଛନ୍ତି।

ନେପାଳରେ ଭୂସ୍ଖଳନ କାରଣରୁ ଶନିବାର ଦିନ ଜାତୀୟ ରାଜପଥ ଅବରୋଦ୍ଧ ହୋଇଛି ଏବଂ ଶତାଧିକ ଲୋକେ ବିଭିନ୍ନ ରାଜପଥରେ ଫଶିରହିଛନ୍ତି। ହାରାହାରି ୩୨୨ ବିଲ୍ଡିଂ ଏବଂ ୧୬ ସେତୁ କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ୨୦,୦୦୦ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ପାଖାପାଖି ୩ ହଜାର ୬୨୬ ଜଣଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସେମାନେ ୪୦-୪୫ ବର୍ଷରେ କାଠମାଣ୍ଡୁ ଘାଟିରେ ଏପରି ବିନାଶକାରୀ ବନ୍ୟା ଏବଂ ଜଳ ପରିପୂର୍ଣ୍ଣ କେବେ ବି ଦେଖିନାହାନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ, ମୃତକଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଲାଣି। କାଠମାଣ୍ଡୁ ପାଖରେ ଥିବା ଧାଦିଙ୍ଗ ଜିଲ୍ଲାରେ ଶନିବାର ଦିନ ଏକ ବସ ଭୂସ୍ଖଳନର ଶିକାର ହୋଇଥିଲା। ଏଥିରେ ୧୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଭକ୍ତପୁର ସହରରେ ଭୂସ୍ଖଳନରେ ଏକ ଘର ଭୁଶୁଡି ପଡିବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.