fbpx

ଏକାକୀ ଜୀବନଯାପନ କରୁଛନ୍ତି ୧୫ ପ୍ରତିଶତ ବୟସ୍କ, ସେମାନଙ୍କ ମଧ୍ୟରୁ ୪୭% ସନ୍ତୁଷ୍ଟ; ୪୧% କହିଛନ୍ତି- ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ଖରାପ ପ୍ରଭାବ

ନୂଆଦିଲ୍ଲୀ: ଦେଶର ପ୍ରାୟ ୧୪.୩ ପ୍ରତିଶତ ବୃଦ୍ଧ ନିଜ ପରିବାର ଏବଂ ପିଲା ବିନା ଏକାକୀ ରହୁଛନ୍ତି । କିନ୍ତୁ ଆର୍ଥିକ ଏବଂ ସାମାଜିକ ସ୍ୱାଧୀନତାକୁ ଅଗ୍ରାଧିକାର ଦେବାର ଫଳାଫଳ ଯାହା ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଜୀବନର ସୂତ୍ର ହେଉଛି ‘ଏକା ରହିଲେ ଡର କ’ଣ ।’

ଆନ୍ତର୍ଜାତୀୟ ବୃଦ୍ଧ ଦିବସ (ଅକ୍ଟୋବର ୧) ଅବସରରେ ନିକଟରେ ହୋଇଥିବା ଏକ ସର୍ଭେରେ, ଏକାକୀ ରହୁଥିବା ୪୬.୯ ପ୍ରତିଶତ ବୃଦ୍ଧ ସ୍ୱୀକାର କରିଛନ୍ତି ଯେ ସମସ୍ତ ଚ୍ୟାଲେଞ୍ଜ ପରେ ସେମାନେ ନିଜ ଜୀବନରେ ସନ୍ତୁଷ୍ଟ ଅଛନ୍ତି । ଏହି ସର୍ଭେରେ ୪୧.୫ ପ୍ରତିଶତ ଲୋକ ଅସନ୍ତୁଷ୍ଟ ବୋଲି ସ୍ୱୀକାର କରିଛନ୍ତି । ସେପ୍ଟେମ୍ବରରେ ଏଗେୱେଲ ଫାଉଣ୍ଡେସନ ଦ୍ୱାରା ଏକାକୀ ରହୁଥିବା ବୃଦ୍ଧଙ୍କ ଅବସ୍ଥା ଉପରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଗ୍ରାମାଞ୍ଚଳ(୧୩.୪ ପ୍ରତିଶତ) ତୁଳନାରେ ସହରାଞ୍ଚଳରେ (୧୫ ପ୍ରତିଶତ) ଏକାକୀ ରହୁଥିବା ବୃଦ୍ଧଙ୍କ ସଂଖ୍ୟା ଅଧିକ । ସର୍ବେକ୍ଷଣ ଅନୁଯାୟୀ, ଏକାକୀ ରହୁଥିବା ୪୧.୯ ପ୍ରତିଶତ ବୟସ୍କମାନଙ୍କ ମଧ୍ୟରୁ ମହିଳା ୪୬.୫ ପ୍ରତିଶତ ଅଛନ୍ତି । ସେମାନେ କହିଛନ୍ତି ଯେ, ସେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ସ୍ୱାଧୀନ ଭାବରେ ଜୀବନ ବିତାଉଛନ୍ତି । ୨୧.୫ ପ୍ରତିଶତ ଉତ୍ତରଦାତା ବୃଦ୍ଧାବସ୍ଥାରେ ଏକାକୀ ରହିବା ଗୋପନୀୟତା ଏବଂ ବ୍ୟକ୍ତିଗତ ସ୍ଥାନ ପାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିଥିଲେ । ସାମାଜିକ ପ୍ରଭାବ ଦୃଷ୍ଟିରୁ ୫୧.୩ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ, ବୃଦ୍ଧାବସ୍ଥାରେ ଏକାକୀ ରହିବାର ଧାରା ନକାରାତ୍ମକ ପ୍ରଭାବ ପକାଇଥିବାବେଳେ ୨୮.୫ ପ୍ରତିଶତ ଲୋକ ଏହାକୁ ସକରାତ୍ମକ ବୋଲି ବିବେଚନା କରିଛନ୍ତି ।

ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ :-
ଏହି ସର୍ଭେରେ ୪୧ ପ୍ରତିଶତ ବୃଦ୍ଧ କହିଛନ୍ତି ଯେ, ଏକାକୀ ରହିବା ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥିବାବେଳେ ପ୍ରାୟ ୩୨ ପ୍ରତିଶତ ଲୋକ ଉନ୍ନତି କରିଛନ୍ତି ବୋଲି କହିଛନ୍ତି । ଏଥି ସହିତ ୧୦.୪ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ସେମାନେ ସର୍ବଦା ଏକୁଟିଆ ଅନୁଭବ କରୁଛନ୍ତି । ସେହିପରି ୨୧.୨ ପ୍ରତିଶତ ମତ ଦେଇଛନ୍ତି ଯେ ବେଳେବେଳେ ଏହି କାରଣରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭାବପ୍ରବଣ ସମର୍ଥନ ଆବଶ୍ୟକ :-
ଏଗେୱେଲ ଫାଉଣ୍ଡେସନର ପ୍ରତିଷ୍ଠାତା ଚେୟାରମ୍ୟାନ୍ ହିମାନସୁ ରଥ ପରିବାରର ବିଭିନ୍ନ ପିଢ଼଼ି ମଧ୍ୟରେ ଯୋଗାଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ବୃଦ୍ଧମାନଙ୍କୁ ଭାବପ୍ରବଣତା ଯୋଗାଇବ ଏବଂ କାଲି ପାଇଁ ଉଭୟ ପିଢ଼ି ପ୍ରସ୍ତୁତ ହେବେ । ଏହି ଗବେଷଣାରେ ବୃଦ୍ଧମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି କରିବା ଏବଂ ସେମାନଙ୍କର ସୁରକ୍ଷା ଏବଂ ଆର୍ôଥକ ଶକ୍ତି ସୁନିଶ୍ଚିତ କରିବା ପାଇଁ ଆଇନ ପ୍ରସ୍ତୁତ କରିବାର ଆବଶ୍ୟକତା ମଧ୍ୟ ସୂଚିତ କରାଯାଇଛି ।

Get real time updates directly on you device, subscribe now.