fbpx

ଗାନ୍ଧୀ ଜୟନ୍ତୀରେ ଓଡିଶାକୁ ବଡ ଉପହାର, ଏହି ଅଞ୍ଚଳବାସୀଙ୍କୁ ଟଙ୍କା ବାଣ୍ଟିବେ ମୋଦି

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରେ ଓଡିଶାକୁ ଆଉ ଏକ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ଜନମନ ଯୋଜନାରେ ଉପକୃତ ହେବେ ଓଡିଶାବାସୀ । ବିଶେଷକରି ଆଦିବାସୀ ଅଞ୍ଚଳବାସୀଙ୍କ ମୁହଁରେ ଫୁଟିବ ହସ । 147 ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହା ଦେବଗଡ, ଗଜପତି, ମୋହନା, ରାୟଗଡା ଏବଂ ବାଲିଗୁଡା ଦେଇ ଯିବ । ଏହା ଦ୍ବାରା ମାଲକାନଗିରି, ଗୁଣପୁର ଏବଂ ସୁନ୍ଦରଗଡର ବିଭିନ୍ନ ଅଞ୍ଚଳ ଉପକୃତ ହେବ । ଏହାସହିତ ଆଦିବାସୀ ଅଞ୍ଚଳ ପାଇଁ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ଶିଳାନ୍ୟାସ କରିବା ନେଇ ସ୍ଥିର କରାଯାଇଛି ।

ଅନ୍ୟପଟେ ସିମାନ୍ତ ଝାଡଖଣ୍ଡ ହଜାରିବାଗରୁ ଦେଶକୁ 83 ହଜାର 3 ଶହ କୋଟି ଭେଟି ଦେବେ । ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତ ରାଜ୍ୟର 549 ଜିଲ୍ଲା 2ହଜାର 740 ବ୍ଲକରେ ବସବାସ କରୁଥିବା 63 ହଜାର ଗ୍ରାମର 5 କୋଟି ଆଦିବାସୀଙ୍କ ବିକାଶ ପାଇଁ ଏହା କାର୍ଯ୍ୟ କରିବ । ଜନଜାତିଙ୍କୁ ଶିକ୍ଷା ଏବଂ ସ୍ହାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏବଂ ଜୀବନଶୈଳୀରେ ନୂଆ ସୂର୍ଯ୍ୟୋଦୟ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ 25ଟି ମନ୍ତ୍ରାଳୟ ମିଳିବ ଭାବେ କାର୍ଯ୍ୟ କରିବେ ।

Get real time updates directly on you device, subscribe now.