fbpx

୧୦୨ କିଲୋମିଟର ମାଇଲେଜ୍ ଦେଉଛି ଏହି ବାଇକ୍; ଜବରଦସ୍ତ ଲୁକ୍ ସହ ଦମଦାର୍ ଷ୍ଟାଇଲ

ମୁମ୍ୱାଇ: ନିକଟରେ ବଜାରରେ ସିଏନ୍ ଜି ବାଇକ୍ ଲଞ୍ଚ କରିଛି ବଜାଜ। କମ୍ ଖର୍ଚ୍ଚରେ ଅଧିକ ଦୂରତା ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଏହି ମୋଟରସାଇକେଲକୁ ଡିଜାଇନ୍ କରାଯାଇଛି। ଏହି ବଜାଜ ଫ୍ରିଡମ୍ ୧୨୫ ବାଇକର ପ୍ରାରମ୍ଭିକ ମୂଲ୍ୟ ୯୫,୦ ଟଙ୍କା ରଖାଯାଇଛି। ଯଦି ଆପଣ ମଧ୍ୟ ଏହି ବାଇକ୍ କିଣିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ ଏହାର ଫିଚର୍ ବିଷୟରେ।

ବଜାଜ୍ ଫ୍ରିଡମ୍ ୧୨୫ ସେମାନଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନେ ନିଜ ବାଇକ୍ ର ଦାମ୍ କମାଇବାକୁ ଚାହୁଁଛନ୍ତି। ଏହି ସିଏନଜି ଚାଳିତ ବାଇକର ମୂଲ୍ୟ ପେଟ୍ରୋଲ ଠାରୁ ପ୍ରାୟ ୫୦% କମ୍ ହେବ। ଏଥିରେ ଏକ ଛୋଟ ପେଟ୍ରୋଲ ଟାଙ୍କି ମଧ୍ୟ ରହିଛି ଯାହା ଦ୍ୱାରା ଆପଣ ଆବଶ୍ୟକ ସ୍ଥଳେ ପେଟ୍ରୋଲ ବ୍ୟବହାର କରିପାରିବେ। ଡାହାଣ ହ୍ୟାଣ୍ଡେଲବାରରେ ଏକ ସୁଇଚ୍ ଅଛି ଯାହାକୁ ଦବାଇ ଆପଣ ପେଟ୍ରୋଲ ଏବଂ ସିଏନଜି ମଧ୍ୟରେ ପରିବର୍ତ୍ତନ କରିପାରିବେ।

ପେଟ୍ରୋଲ ଟାଙ୍କି ତଳେ ସିଏନଜି ଟାଙ୍କି ରଖାଯାଇଥାଏ ଏବଂ ଏହି ବାଇକ ଅନ୍ୟ ବାଇକଠାରୁ ଭିନ୍ନ ଦେଖାଯାଏ ନାହିଁ। ସିଏନଜି ଭର୍ତ୍ତି କରିବା ପାଇଁ ନୋଜଲ ପେଟ୍ରୋଲର ନୋଜଲ ଠାରୁ ଭିନ୍ନ କାରଣ ସିଏନଜିକୁ ଅଧିକ ଚାପରେ ରଖିବାକୁ ପଡିଥାଏ। ପେଟ୍ରୋଲ ଟାଙ୍କିର କ୍ଷମତା ୨ ଲିଟର ଏବଂ ସିଏନଜି ଟାଙ୍କିରେ ୨ କେଜି ଗ୍ୟାସ ଭର୍ତ୍ତି କରିପାରିବ।

ବଜାଜ୍ ଦାବି କରିଛନ୍ତି ଯେ ସିଏନଜି ଭରିବା ପରେ ଫ୍ରିଡମ୍ ୧୨୫ ୨୧୩ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ଏବଂ ପେଟ୍ରୋଲ ଟାଙ୍କିଠାରୁ ଅତିରିକ୍ତ ୧୧୭ କିଲୋମିଟର ଅର୍ଥାତ ସମୁଦାୟ ୩୩୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ସିଏନଜିରେ ଚାଲୁଥିବା ବେଳେ ଏହାର ମାଇଲେଜ କିଲୋଗ୍ରାମ ପିଛା ୧୦୨ କିଲୋମିଟର ଏବଂ ପେଟ୍ରୋଲରେ ଲିଟର ପିଛା ୬୪ କିଲୋମିଟର ରହିଛି।

Get real time updates directly on you device, subscribe now.