fbpx

OCS-2023 ପ୍ରିଲିମିନାରୀ ପରୀକ୍ଷାକୁ ନେଇ OPSC ପକ୍ଷରୁ ଜାରି ହେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରୀ ପରୀକ୍ଷା-୨୦୨୩କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସମ୍ପୂର୍ଣ୍ଣ ଅକ୍ଷମ ଓ ୪୦ ପ୍ରତିଶତରୁ ଅଧିକ ଅକ୍ଷମ ଥିବା ପିଡବ୍ଲ୍ୟୁଡି ପ୍ରାର୍ଥୀମାନେ ଦୃଷ୍ଟିହୀନତା, ଲୋକୋମୋଟର ଡିଜାବିଲିଟି ଆଦି ବର୍ଗରେ ସ୍କ୍ରାଇବର ସହାୟତା ନେଇ ପାରିବେ । ତେଣୁ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ଇ-ମେଲ ଜରିଆରେ ସ୍କ୍ରାଇବ୍ ପ୍ରୋଫର୍ମା ପଠାଇ ପାରିବେ । ପ୍ରାର୍ଥୀମାନେ ଏହି ପ୍ରୋଫର୍ମାକୁ ଅକ୍ଟୋବର ମାସ ୧୦ ତାରିଖ ପୂର୍ବରୁ ଓପିଏସସି ଆୟୋଗ କାର୍ଯ୍ୟାଳୟକୁ ପଠାଇ ପାରିବେ ।

ଉପରୋକ୍ତ ୩ଟି ବର୍ଗ ବ୍ୟତୀତ ଅନ୍ୟ ବର୍ଗର ଅକ୍ଷମ ଓ ୪୦ ପ୍ରତିଶତରୁ ଅଧିକ ଅକ୍ଷମ ଥିବା ପ୍ରାର୍ଥୀମାନେ ମଧ୍ୟ ସ୍କ୍ରାଇବର ସହାୟତା ନେଇ ପାରିବେ । ସେଥିପାଇଁ ଏହି ପ୍ରାର୍ଥୀମାନେ ଏକ ସରକାର ସ୍ୱାସ୍ଥ୍ୟ ସେବା ସଂସ୍ଥାର ମୁଖ୍ୟ ଚିକିତ୍ସା ଅଧିକାରୀ / ସିଭିଲ ସର୍ଜନ / ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ଠାରୁ ଲିଖିତ ବୟାନ ଆଣି ପାରିବେ । ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଠାରୁ ଗୋଟିଏ ଷ୍ଟେପ ତଳେ ସ୍କ୍ରାଇବ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିବ । ସ୍କ୍ରାଇବ ବିଷୟରେ ସୂଚନା ପଠାଇବା ସମୟରେ ପ୍ରାର୍ଥୀମାନେ ପିପିଏସଏଏସ / ରୋଲ ନମ୍ବର, ନାମ ଓ ଜନ୍ମ ତାରିଖ ସ୍ପଷ୍ଟ ଭାବେ ଲେଖିବେ ।

Get real time updates directly on you device, subscribe now.