fbpx

ଏଠାରେ ହେଉଛି ଶୋଇବା ପ୍ରତିଯୋଗିତା, ଅଂଶଗ୍ରଣ କରି ଜିତିପାରିବେ 9 ଲକ୍ଷ

ନୂଆଦିଲ୍ଲୀ : କିଛି ସମୟ କାମ କରିବା ପରେ ସମସ୍ତେ ବିଶ୍ରାମ ଚାହିଁଥାନ୍ତି । ଭଲ ନିଦ ରହିବା ମଧ୍ୟ ଅତ୍ୟନ୍ତ ଜରୁରୀ । କିନ୍ତୁ ଶୋଇଲେ ଟଙ୍କା ମିଳୁଛି ଏହା କୌତୁହଳର ବିଷୟ ନୁହେଁ କି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ । ବେଙ୍ଗାଲୁରୁର ଜଣେ ମହିଳା କେବଳ ଶୋଇବା ଦ୍ୱାରା 9 ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ବାସ୍ତବରେ, ଏକ ଷ୍ଟାର୍ଟଅପ୍ କମ୍ପାନୀ ଦ୍ୱାରା ଆୟୋଜିତ ସ୍ଲିପ୍ ଚାମ୍ପିଅନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଟାଇଟଲ୍ ଜିତିବା ସହିତ ସାଇଶ୍ୱରୀ ପାଟିଲ 9 ଲକ୍ଷ ଟଙ୍କା ପାଇଛନ୍ତି ।

ୱାକଫିଟ୍ ନାମକ ଏକ ଷ୍ଟାର୍ଟଅପ୍ କମ୍ପାନୀ ବେଙ୍ଗାଲୁରୁରେ ସ୍ଲିପିଂ ଚମ୍ପିଅନ୍ ପ୍ରତିଯୋଗିତାର ଆୟୋଜନ କରିଥିଲା । ଏଥିରେ ଅନେକ ସାମିଲ ହୋଇଥିବା ବେଳେ ସାଇଶ୍ବରୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ତେବେ ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରୁ 11ଜଣଙ୍କୁ ସିଲେକ୍ଟ କରାଯାଇଥିଲା । କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏହା ଏଖ ପ୍ରତିଯୋଗିତା ଅଟେ । ସମସ୍ତ ଇଣ୍ଟନମାନଙ୍କୁ ଦୈନିକ 20 ମିନିଟ ଶୋଇବା ପାଇଁ ମଧ୍ୟ ସମୟ ଦିଆଯାଇଛି । ତେବେ ଏହି ପ୍ରତିଯୋଗିତା ସମୟରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଟ୍ରାକର ଲଗାଯାଇଥିଲା ।

ତେବେ ଏନେଇ ସାଇଶ୍ବରୀ ପାଟିଲ କହିଛନ୍ତି, କୋଭିଡ ପରେ ଦୈନନ୍ଦିନ ଜୀବନଶୈଳୀରେ ବ୍ୟାହତ ହୋଇଛି । ଅଡିଟର ଚାକିରି ହେତୁ ନିଦ୍ରାର ଅଭାବ ଦେଖାଯାଉଥିଲା । ତେବେ ଏହି ପ୍ରତିଯୋଗିତା କିପରି ଶୃଙ୍ଖଳିତ ନିଦର ଆବଶ୍ୟକତା ରହିଥାଏ ତାହା ଶିଖେଇଲା । ପ୍ରତିଯୋଗିତା କୌଣସି କଷ୍ଟକର ନଥିଲା । ମନକୁ ସ୍ଥିର କରି ଶୋଇ ପୁରସ୍କାର ଜିତିପାରିଛି ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.