fbpx

Microsoft Copilotରେ ଆସିଲା ChatGPT ପରି ଫିଚର: ସଙ୍ଗେସଙ୍ଗେ ସବୁ ସୁବିଧା ପାଇପାରିବେ ୟୁଜର୍ସ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ କୋପାଇଲଟରେ ନୂଆ ଇଣ୍ଟରଫେସ୍ ସାମିଲ କରାଯାଇଛି । ଏଥିରେ ଚାଟଜିପିଟି ପରି ଫିଚର ମଧ୍ୟ ଦେଖିବାକୁ ମିଳିବ । ଏଠାରେ ୟୁଜର୍ସଙ୍କୁ ବ୍ଲକ୍ସର ଡିଜାଇନ ମିଳିବ । ଏହାର ସହାୟତାରେ ୟୁଜର୍ସ ସାରା ଦୁନିଆର ଖବର ଶୁଣି ପାରିବେ ଓ ପ୍ରଶ୍ନ ପଚାର ପାରିବେ । କେବଳ ଏତିକି ନୁହେଁ, ଫଟୋ ଓ ଭିଡିଓ ଆଦି ମଧ୍ୟ ଅପଲୋଡ୍ କରି ତା’ର ଆନାଲାଇଜ୍ ମଧ୍ୟ କରିପାରିବେ ।

ଖବର ମୁତାବକ, ମାଇକ୍ରୋସଫ୍ଟ ନିକଟରେ ନିଜର ଏଆଇ ପ୍ଲାଟଫର୍ମ କୋପାଇଟଲର ୱେବ୍ ଭର୍ସନରେ ନୂଆ ଇଣ୍ଟରଫେସ୍ ଦେଇଛି । ଏଥିସହିତ ଅନେକ ନୂଆ ଫିଚର୍ସକୁ ମଧ୍ୟ ସାମିଲ କରାଯାଇଛି । ଯଦି ଆପଣ ଏଆଇ-ପାୱରଡ ଚାଟବୋଟର ବ୍ୟବହାର କରିବେ ତେବେ ସେଠାରେ ଆପଣଙ୍କର ଅନେକ କାମ ସହଜ ହୋଇଯିବ । ୟୁଜର୍ସ ଯଦି https://copilot.microsoft.com/ ପୋର୍ଟାଲ ପରିଦର୍ଶନ କରିବେ ତେବେ ସେଠାରେ ସେମାନଙ୍କୁ ଏକ ନୂଆ ଇଣ୍ଟରଫେସ୍ ସ୍ୱାଗତ କରିବ । ୟୁଜର୍ସଙ୍କୁ ନୂଆ ବ୍ଲକ୍ସ ମିଳିବ, ତାହାର ନାମ ‘କୋପାଇଲଟ ଡେଲି’ ଦିଆଯାଇଛି । ତା’ର ସହାୟତାରେ ୟୁଜର୍ସ ଅତି ସହଜରେ କେବଳ ୩୦ ମିନିଟରେ ଦେଶ ଦୁନିଆର ସବୁ ତଥ୍ୟ ପାଇ ପାରିବେ । ଏହି ତଥ୍ୟ ଅଡିଓ ଫର୍ମାଟରେ ଉପଲବ୍ଧ ହେଉଛି ।

କୋପାଇଲଟରେ କିଛି ଅନ୍ୟ ବ୍ଲକ୍ସ ମଧ୍ୟ ରହିଛି । ତା’ ଭିତରେ ଅନେକ ଲୋକ ସାଧାରଣ ଭାବେ ପଚାରୁଥିବା କିଛି ଖାସ ପ୍ରଶ୍ନକୁ ମଧ୍ୟ ସାମିଲ କରାଯାଇଛି । ସେଥିରେ ଏକ ଚାଟବୋଟ ମଧ୍ୟ ଦିଆଯାଇଛି । ସେଠାରେ ଆପଣମାନେ ସହଜରେ ହିନ୍ଦି ବା ଇଂରାଜୀରେ ନିଜର ପ୍ରଶ୍ନ ପଚାରି ପାରିବେ । ଏହା ଆପଣମାନଙ୍କୁ ଚାଟଜିପିଟି କଥା ମଧ୍ୟ ମନେପକାଇ ଦେବ । ସର୍ଚ୍ଚ ବାର ଭିତରେ ୟୁଜର୍ସଙ୍କୁ ମାଇକର ଆଇକନ ମଧ୍ୟ ଦିଆଯାଇଛି । ତା’ର ସହାୟତାରେ ୟୁଜର୍ସ ତା’ ସହିତ କଥାବାର୍ତ୍ତା କରିପାରିବେ । ମାତ୍ର ଏଥିପାଇଁ ସାଇନ୍ ଅପ୍ କରିବାକୁ ପଡ଼ିବ । ସର୍ଚ୍ଚ ବାର ସହିତ ୟୁଜର୍ସଙ୍କୁ ପ୍ଲସର ଆଇକନ ମଧ୍ୟ ମିଳିବ । ତା’ ସହାୟତାରେ ୟୁଜର୍ସ ସହଜରେ ଇମେଜ, ଭିଡିଓ ଅନ୍ୟ ସପୋର୍ଟେଡ ଡକ୍ୟୁମେଣ୍ଟକୁ ଅପଲୋଡ୍ କରିପାରିବେ ।

Get real time updates directly on you device, subscribe now.