fbpx

ହିଡେନ୍ ଆର୍ଟ ଟ୍ୟାଲେଣ୍ଟ ସିଜନ-୩ର ଶୁଭାରମ୍ଭ କଲା ଆଶ୍ରା; ପ୍ରତିଭା ଦେଖାଉଛନ୍ତି କୁନି କୁନି ପିଲା

ଭୁବନେଶ୍ଵର: ଆଶ୍ରା ଫାଉଣ୍ଡେସନ ଓଡ଼ିଶା ପକ୍ଷରୁ ୟୁନିକ୍ ଆର୍ଟ ଆଣ୍ଡ କ୍ରାଫ୍ଟ ସହଯୋଗରେ ‘ହିଡେନ୍ ଆର୍ଟ ଟ୍ୟାଲେଣ୍ଟ’ର ସିଜନ-୩ର ଶୁଭାରମ୍ଭ କରାଯାଇଛି । ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଚେତନତା ଉପରେ ଗୁରୁତ୍ୱ ଦେଇ ଭୁବନେଶ୍ୱରର ସରକାରୀ ବିଦ୍ୟାଳୟଗୁଡ଼ିକରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଛି । ନିକଟରେ ୟୁନିଟ୍ -୬ ବାଳକ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଏହି କାର୍ଯ୍ୟକ୍ରମ ‘ଗ୍ଲୋବାଲ୍ ୱାର୍ମିଂ’ ଉପରେ କେନ୍ଦ୍ରିତ ହୋଇଥିଲା ।

ଯାହା ଛାତ୍ରଛାତ୍ରୀମାନଙ୍କୁ ଏହାର ପ୍ରଭାବକୁ ସୃଜନଶୀଳ ଭାବରେ ଚିତ୍ରଣ କରିବାକୁ ପ୍ରେରଣା ଦେଇଥିଲା । ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହ କୃତି ଓ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ବତନ୍ତ୍ର ପୁରସ୍କାର ଦିଆଯାଇଛି । ଏହି ପଦକ୍ଷେପ କେବଳ ଯୁବ ପ୍ରତିଭାକୁ ଉନ୍ମୋଚନ କରେ ନାହିଁ ବରଂ ଭବିଷ୍ୟତ ପିଢ଼ିରେ ଗୁରୁତ୍ୱପୂର୍ଣ୍ଣ ପରିବେଶ ସଚେତନତା ସୃଷ୍ଟି କରିକାର ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.