fbpx

କ୍ୟାବିନେଟରେ ମୋହର, IEAରେ ସାମିଲ ହେବ ଭାରତ

ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ କ୍ୟାବିନେଟର ବୈଠକ ବସିଥିବା ବେଳେ ଅନେକ ପ୍ରସ୍ତାବ ଉପରେ ମଞ୍ଜୁରୀ ମିଳିଛି । ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି(IEA)ରେ ସାମିଲ ହେବ ଭାରତ । ଏହା ଦ୍ବାରା ଶକ୍ତି କ୍ଷେତ୍ରରେ ଭିତ୍ତିଭୂମି ବୃଦ୍ଧି ପାଇବ । ଶକ୍ତି କ୍ଷେତ୍ରରେ ଭିତ୍ତିଭୂମି ବୃଦ୍ଧି ଲକ୍ଷ୍ୟରେ ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସିରେ ସାମିଲ ପାଇଁ ନିଷ୍ପତ୍ତି ହୋଇଛି । ଏହି ପଦକ୍ଷେପ ସ୍ଥାୟୀ ବିକଶ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୃଢ କରିବା ସହିତ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିବ ।

ଯଦି ଦେଖିବା ପୂର୍ବରୁ ଆମେରିକା, ୟୁକେ, ଚୀନ ସହିତ 9ଟି ଦେଶ ଆଇଇଏର ସଦସ୍ୟ ରହିଥିଲେ । ତେବେ ଦଶମ ରାଷ୍ଟ୍ର ଭାବେ ଏହି ତାଲିକାରେ ସାମିଲ ହେବ ଭାରତ । ଏଥିପାଇଁ ଆଜି କ୍ୟାବିନେଟରେ ମଞ୍ଜୁରି ମିଳିଛି । ଜାତୀୟ, ଅନ୍ତର୍ଜାତୀୟ ଏବଂ ଘରୋଇ କ୍ଷେତ୍ରରେ ଜ୍ଞାନକୌଶଳ ବିନିମୟ ହେବ ।

Get real time updates directly on you device, subscribe now.