fbpx

ନୂଆ ଘରକୁ ଶିଫ୍ଟ ହେବେ ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ , ଦିଲ୍ଲୀର ଏହି ସ୍ଥାନରେ ରହିଛି ପୂର୍ବତନ ସିଏମ୍‌ଙ୍କ ଘର

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନୂତନ ଘରକୁ ଶିଫ୍ଟ ହେବେ । ଇସ୍ତଫା ପରେ ସରକାରୀ ଆବାସ ଛାଡ଼ିବା ପରେ କେଜରିୱାଲ ଫିରୋଜାବାଦ ରୋଡ ସାଂସଦ ଆବାସରେ ପରିବାର ସହ ରହିବେ । ତାଙ୍କୁ ଲୁଟିୟନ୍ସ ଦିଲ୍ଲୀର ବଙ୍ଗଳା ନମ୍ବର ୫ ଆଲଟ୍ କରାଯାଇଛି । କହିରଖୁଛୁ ଆପ୍ ରାଜ୍ୟସଭା ସଦସ୍ୟ ଅଶୋକ ମିତ୍ତଲଙ୍କୁ ଏହି ବଙ୍ଗଳା ଆବଣ୍ଟନ କରାଯାଇଛି । ବର୍ତ୍ତମାନ ଦୁହେଁ ଏକାଠି ରହିବେ ।

ସୂତ୍ରରୁ ପ୍ରକାଶ ଶୁକ୍ରବାର ଅରବିନ୍ଦ କେଜରିୱାଲ ନିଜ ସିଏମ୍ ଆବାସ ଖାଲି କରିବେ । ଆସନ୍ତା ୧-୨ ଦିନ ମଧ୍ୟରେ ସେ ନୂତନ ଘରକୁ ପରିବାର ସହ ଶିଫ୍ଟ ହୋଇଯିବେ । ତାଙ୍କ ନୂଆ ଠିକଣା ହେବ ବଙ୍ଗଳା ନମ୍ବର- ୫ । ଅପରପକ୍ଷରେ ଆପ୍ ନେତା ମନୀଷ ସିସୋଦିଆ ଆତିଶୀଙ୍କୁ ଆବଣ୍ଟିତ ସରକାରୀ ଆବାସ ଛାଡ଼ିବାକୁ ପଡ଼ିବ । ବର୍ତ୍ତମନା ସେ ଆପର ରାଜ୍ୟସଭା ସାଂସଦ ଏବଂ ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କୁ ଆବଣ୍ଟିତ ସରକାରୀ ଆବାସରେ ରହିବେ । କେଜରିୱାଲ ୬ ଫ୍ଲାଗଷ୍ଟାଫ୍ ରୋଡ୍ ସ୍ଥିତ ଆବାସ ଏବଂ ମନୀଷ ସିସୋଦିଆ ମଥୁରା ରୋଡ୍ ସ୍ଥିତ ବଙ୍ଗଳାରେ ନିଜ ପରିବାର ସହ ରହୁଥିଲେ । ବର୍ତ୍ତମାନ ଆତିଶୀ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେବା ପରେ ସେ ଉପରୋକ୍ତ ଦୁଇଟି ମଧ୍ୟରୁ କେଉଁ ଆବାସରେ ରହିବେ କିଛି ଜଣାପଡ଼ିନାହିଁ ।

Get real time updates directly on you device, subscribe now.