fbpx

Video: ସିଟ୍ ଉପରେ ଗୋଡ଼ ରଖି ଶୋଇଥିଲେ ଯୁବକ, ନେଲପଲିସ୍ ଲଗାଇଦେଲେ ମହିଳା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁବେଳେ କିଛିନା କିଛି ଭିଡିଓ ଭାଇରାଲ ହେଉଛି । ଅଧିକାଂଶ ଭିଡିଓ ମଜାଳିଆ ହୋଇଥିବା ବେଳେ ଆଉ କିଛି ଶିକ୍ଷଣୀୟ ହୋଇଥାଏ । ସେମିତି ଏକ ମଜାଳିଆ ଭିଡ଼ିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଏକ ଫ୍ଲାଇଟର । ଫ୍ଲାଇଟରେ ଯାତ୍ରା କରିବାବେଳେ ଜଣେ ଯୁବକ ତାଙ୍କ ଆଗ ସିଟ୍ ଉପରେ ଗୋଡ଼ ରଖି ଶୋଇଛନ୍ତି ।

ଯାହାକୁ ନେଇ ତାଙ୍କୁ ଏକ ଶିକ୍ଷା ଦେବା ପାଇଁ ସେହି ସିଟ୍ ରେ ବସିଥିବା ମହିଳା ଜଣକ ତାଙ୍କ ଗୋଡ଼ରେ ନେଲପଲିସ୍ ଲଗାଇ ଦେଉଛନ୍ତି । ସହିଳା ଜଣକ ଅତି ଚାଲାକର ସହ ତାଙ୍କୁ ନେଲପଲିସ୍ ପିନ୍ଧାଇ ଦେଉଥିଲେ । ହେଲେ ଆଉ ଅଳ୍ପ ବାକି ଥିବା ବେଳେ ଜଣେ ଏୟାର ହଷ୍ଟେଜ୍ ଆସି ପହଞ୍ଚୁଛନ୍ତି । ଏବଂ ସେ ତାଙ୍କୁ କିଛି ଇସାରା କରିବା ସହ ତାଙ୍କୁ କିଛି କହିବା ପରେ, ଏୟାର ହଷ୍ଟେଜ ଜଣଙ୍କ ଯୁବକଙ୍କୁ  ନିଦରୁ ଉଠାଇ ଦେଇ ଗୋଡ଼ ଠିକରେ ରଖିବାକୁ କହୁଛନ୍ତି ।

ହେଲେ ସେ ଯୁବକ ଜଣକ ଯେତେବେଳେ ତାଙ୍କ ପାଦକୁ ଦେଖୁଛନ୍ତି ତାଙ୍କ ହୋସ୍ ଉଡ଼ିଯାଉଛି । ସ ସମ୍ପୁର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଏହି ଭିଡ଼ିଓଟିକୁ @ceciarmy ନାମକ ଏକ୍ସ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଏବେ ଯାଏଁ ଏହାକୁ ୧.୬ ମିଲିୟନ ଲୋକ ଦେଖି ସାରିଲେଣି ।

Get real time updates directly on you device, subscribe now.