fbpx

OSSC ପକ୍ଷରୁ ଘୋଷଣା: ନଭେମ୍ବର ୩ରେ ହେବ ମିଳିତ ସ୍ନାତକୋତ୍ତର ସ୍ତରୀୟ ସ୍ପେଶାଲିଷ୍ଟ ପଦର ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ପେଶାଲିଷ୍ଟ ପଦ/ ସର୍ଭିସ-୨୦୨୩ ପାଇଁ ମିଳିତ ସ୍ନାତକୋତ୍ତର ସ୍ତରୀୟ ନିଯୁକ୍ତି ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ନଭେମ୍ବର ମାସ ୩ ତାରିଖ (ରବିବାର) ଦିନ ଏହି ନିଯୁକ୍ତି ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଖୁବଶୀଘ୍ର ପରୀକ୍ଷାର ପ୍ରୋଗ୍ରାମ ଜାରି କରାଯିବ । ପରୀକ୍ଷା ବାବଦରେ ଅପଡେଟ୍ ପାଇବାକୁ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆସିଷ୍ଟାଣ୍ଟ କଞ୍ଜରଭେଟର ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ଗତ ଜାନୁଆରୀ ମାସ ୧ ତାରିଖରୁ ଫେବୃଆରୀ ୧୯ ମଧ୍ୟରେ ଅନଲାଇନରେ ଆବେଦନ ଗ୍ରହଣ କରାଯାଇଥିଲା । ଆସିଷ୍ଟାଣ୍ଟ କଞ୍ଜରଭେଟର ପଦ ପାଇଁ କେମିଷ୍ଟ୍ରି / କଞ୍ଜରଭେସନ / କଞ୍ଜରଭେସନ ଅଫ୍ କଲଚରାଲ ପ୍ରପର୍ଟିଜ/ ଫାଇନ୍ ଆର୍ଟ୍ସରେ ମାଷ୍ଟର ଡିଗ୍ରୀ କରିବା ସହ ବେସିକ କମ୍ପ୍ୟୁଟର ଜ୍ଞାନ ଥିବା ପ୍ରାର୍ଥୀମାନେ ଆବେଦନ କରିଥିଲେ । ସେହିପରି ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପାଇଁ ଆନଥ୍ରୋପୋଲୋଜି, ଟ୍ରାଇବାଲ ଷ୍ଟଡିଜ, ସୋସିଓଲୋଜି, ସୋସିଆଲ ୱାର୍କ, ଆପ୍ଲାଇଡ ଇକୋନୋମିକ୍ସ ଓ ଷ୍ଟାଟିଷ୍ଟିକ୍ସରେ ମାଷ୍ଟର ଡିଗ୍ରୀ କରିଥିବା ପ୍ରାର୍ଥୀମାନେ ଆବେଦନ କରିଥିଲେ ।

Get real time updates directly on you device, subscribe now.