fbpx

କେଉଁ ପାଇକ ପୁଅଙ୍କୁ ରାଜା କହୁଥିଲେ ବେଇମାନ?

ଓଡିଶା ଭାସ୍କର: ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲୀ ପାଇଁ ହୋଇଥିବା ସମୀକ୍ଷା ବୈଠକରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ପରାଜୟର ଗ୍ଲାନୀରେ ରକ୍ତ ଚାଉଳ ଚୋବାଇଥିଲେ । ଯାହା ତାଙ୍କ ଭାଇରାଲ ଅଡିଓରୁ ସ୍ପଷ୍ଟ ହୋଇଛି । ଏହି କଥାକୁ ନେଇ ପଚରା ଯିବାରୁ ରାଗି ପାଚି ନାଲି ହୋଇଯାଇଥିଲେ ରାଜା ସାହୁ । ଅବଶ୍ୟ ସେ କହିଥିବା କଥାକୁ ସେ ସ୍ୱୀକାର କରିଥିଲେ । ଏହା ତାଙ୍କ ଘରର କଥା ବୋଲି କହିଥିଲେ । କିନ୍ତୁ ଘର କଥାକୁ କେହି କୁଚକ୍ରୀ ପଦାରେ ପ୍ରଘଟ କରିବାକୁ ଉତକ୍ଷିପ୍ତ ହୋଇଛନ୍ତି ପୂର୍ବତନ ଖୋର୍ଦ୍ଧା ବିଧାୟକ ।

ତେବେ ବାହାରେ ପ୍ରଘଟ ହୋଇଥିବା ଶଙ୍ଖ ଭବନରେ ମିଟିଂରେ ସେ ଦଳ ତଥା ଦଳର ପରିଚାଳନା ଉପରେ ପ୍ରଶ୍ନ କରିଥିବା ଶୁଣିବାକୁ ମିଳିଛି । ଖାଲି ଦଳର ଦୋଷ ଦୁର୍ବଳତାକୁ ସେ ପଦାରେ ପକାଇନାହାନ୍ତି ବା ବୈଠକରେ ଉପସ୍ଥାପନ କରି ନାହାନ୍ତି, ପରନ୍ତୁ, ଖୋର୍ଦ୍ଧା ତଥା ଖୋର୍ଦ୍ଧାର ଜନତାଙ୍କୁ ମନଭରି ଗାଳି ଗୁଲଜ କରିଛନ୍ତି । ଖୋର୍ଦ୍ଧା ପାଇକ ମାଟି ହୋଇଥିଲେ ମଧ୍ୟ ଏ ପାଇକମାନେ ପଛରେ ଛୁରୀ ମାରିବା କାମ କରୁଥିବା କହି ବର୍ଷିଥିଲେ ରାଜେନ୍ଦ୍ର । ଖାଲି ସେତିକି ନୁହେଁ, ଖୋର୍ଦ୍ଧା ଲୋକ ସାଙ୍ଗରେ ବୁଲିବା ସହ ପଛରେ ବିଶ୍ୱାସଘାତକତା କରିଥାନ୍ତି ବୋଲି ସର୍ବ ସମ୍ମୁଖରେ ଶଙ୍ଖ ଭବନରେ କହିବାକୁ ପଛେଇ ନଥିଲେ ରାଜା ।

ବିଜେପି ନିକଟରେ ବିଜେଡି ନେତାଙ୍କ କାକୁସ୍ଥ ଭାବକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ରାଜେନ୍ଦ୍ର ସାହୁ । ଯାହା ଭାଇରାଲ ହୋଇଛି । ସେହି ଭାଇରାଲ ଅଡିଓକୁ ଖଣ୍ଡନ କରିବା ପରିବର୍ତ୍ତେ ସେ ନିଜକୁ ପାଇକ ପୁଅ କହିବା ସହ ସେସବୁ କଥା ସେ କହିଥିବା ସ୍ୱୀକାର କରିଛନ୍ତିା ଏଥିସହ ଦଳରେ ବିଶୃଙ୍ଖଳିତଙ୍କ ପାଇଁ ପୁରସ୍କାର ଦିଆଯାଉଥିବା କହିଛନ୍ତି ରାଜେନ୍ଦ୍ର । ତେବେ ସେ କେଉଁ ପାଇକ ପୁଅଙ୍କୁ ଟାର୍ଗେଟ କରିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି । ଏହାକୁ ନେଇ ଏବେ ଆରମ୍ଭ ହୋଇଗଲାଣି କଳ୍ପନା ଜଳ୍ପନା ।

Get real time updates directly on you device, subscribe now.