fbpx

ପ୍ରେମରେ କିଏ ବେଶି ଧୋକ୍କା ଦେଇଥାଏ ଆଉ କାହିଁକି: ଆପଣଙ୍କ ଉତ୍ତର ମିଛ…..

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମୟରେ ଅବିବାହିତ ଯୁବକ, ଯୁବତୀ ପ୍ରେମରେ ପଡ଼ୁଥିବା ଦେଖାଯାଉଛି । ତେବେ ପ୍ରେମ ଯେମିତି ବଢ଼ୁଛି ସେହି ଅନୁପାତରେ ବ୍ରେକଅପ୍ ମଧ୍ୟ ବଢ଼ିବାରେ ଲାଗିଛି । ଆଜି ପ୍ରେମ ଏକ ଟାଇମ୍ ପାସରେ ପରିଣତ ହୋଇଗଲାଣି । ତେବେ ଆପଣଙ୍କୁ ଯଦି ପଚରାଯିବ ପ୍ରେମରେ କିଏ ବେଶି ଧୋକ୍କା ଦେଇଥାଏ, ତେବେ ଆପଣମାନେ କ’ଣ କହିବେ? କିଛି ଲୋକ କହିବେ ପୁଅ ଓ ଆଉ କିଛି କହିବେ ଝିଅ । ଏହା ସତ ହୋଇପାରେ, ସବୁ ପୁରୁଷ ଖରାପ ନୁହନ୍ତି କି ସବୁ ନାରୀ ବି ଖରାପ ନୁହନ୍ତି ।

ତେବେ ଆପଣଙ୍କୁ ଯଦି ଆମେ କହିବୁ ଯେ ଆପଣଙ୍କର ଉତ୍ତର ଭୁଲ ବୋଲି ତେବେ ଆପଣମାନେ ନିଶ୍ଚିତ ଭାବେ ଏକ ଦ୍ୱନ୍ଦ୍ୱରେ ପଡ଼ିଯିବେ । କାରଣ ପ୍ରେମ ତ ପୁଅ ଓ ଝିଅଙ୍କ ମଧ୍ୟରେ ହୋଇଥାଏ ତେଣୁ ଧୋକ୍କା ତ ସେମାନଙ୍କ ମଧ୍ୟରୁ ଜଣେ ହିଁ ଦେବ । ପ୍ରକୃତ କଥା ହେଉଛି ସିଏ ପୁଅ ହେଉ କି ଝିଅ ସେ ଜଣେ ମଣିଷ । ଈଶ୍ୱର ଆମ ସମସ୍ତଙ୍କ ମନରେ ବୁଝିବାର ଶକ୍ତି ଦେଇଛନ୍ତି । ଆମେ କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ତାହାକୁ ସଠିକ୍ ଭାବେ କାମରେ ଲଗାଇବା ଜାଣିନେ । ଆପଣ ଥରେ ଭାବନ୍ତୁ ଆପଣ ଯଦି ନିଜେ ଠିକ୍ ରହିବେ ତେବେ ଆପଣଙ୍କୁ କିଏ ସମସ୍ୟାରେ ପକାଇ ପାରିବ କି?

ମଦ ପିଇବା ଯେପରି ଏକ କୁଅଭ୍ୟାସ, ସେହିପରି ଟାଇମପାସ୍ ପ୍ରେମ ମଧ୍ୟ ଏକ କୁଅଭ୍ୟାସ । ଅନେକ ଲୋକ ପ୍ରେମକୁ ପୁରାଣ ସହିତ ଯୋଡ଼ି ଦେଇଥାନ୍ତି । ପ୍ରଭୁ ଶ୍ରୀରାମ ମାତା ସୀତାଙ୍କ ସହ ୧୪ ବର୍ଷ ବନବାସ କାଟିବା ପରେ ଅଗ୍ନି ପରୀକ୍ଷା କରାଇଥିଲେ । ଏଥିରୁ ଆପଣମାନେ କ’ଣ ବୁଝିବେ, ପ୍ରକୃତ ପ୍ରେମର ପରିଭାଷା ପାଇବା ପାଇଁ ଆମକୁ ସାରା ଜୀବନ ବି ଅପେକ୍ଷା କରିବାକୁ ପଡ଼ିପାରେ । ତେଣୁ ଆପଣ ଗୋଟିଏ ଦିନ ଜଣଙ୍କ ସହ କଥା ହେବା ପରେ ମିଶିବା ପରେ ତାହାକୁ ପ୍ରେମ ବୋଲି କିପରି କହି ପାରୁଛନ୍ତି? ତେଣୁ ପ୍ରେମରେ କେହି କାହାକୁ ଧୋକ୍କା ଦେଇନଥାନ୍ତି । ଆପଣ ନିଜକୁ ହିଁ ନିଜେ ଧୋକ୍କା ଦେଇଥାନ୍ତି । ଗୋଟିଏ ସଫା ଜିନିଷକୁ ଜଣେ ଚାହିଁଲେ ଅପରିଷ୍କାର କରିପାରିବ । କିନ୍ତୁ ଯେଉଁ ଜିନିଷ ପୂର୍ବରୁ ଅପରିଷ୍କାର ହୋଇ ରହିଥିବା ତାକୁ କିଏ ପୁଣି ଅପରିଷ୍କାର କରିବ? ସେହିପରି ଯେଉଁଠି ପ୍ରେମ ନାହିଁ ସେଠି ଧୋକ୍କା ଆସିଲା କେଉଁଠୁ? ଆପଣ ନିଜେ ଗୋଟେ ସଂଜ୍ଞା ଦେଇ ତାକୁ ଯଦି ପ୍ରେମ ବୋଲି କହିବେ, ତେବେ ମୋ ମତରେ ଆପଣଙ୍କୁ ଆହୁରି ଅନେକ କିଛି ଶିଖିବାକୁ ପଡ଼ିବ ।

Get real time updates directly on you device, subscribe now.