fbpx

ଗୁଣି-ଗାରେଡ଼ି ପାଇଁ ଯାଉଛି ଅନେକ ଜୀବନ; ନଜର ପକାନ୍ତୁ NCRBର ଏହି ଭୟଙ୍କର ତଥ୍ୟ ଉପରେ

ନୂଆଦିଲ୍ଲୀ: ଇତିହାସ କୁହେ ତନ୍ତ୍ର-ମନ୍ତ୍ର ଆଜି ନୁହେଁ, ଶତାବ୍ଦୀ ଧରି ଦୁନିଆରେ ରହିଆସିଛି। ଏପରିକି ଅତିତରେ ଏମିତି ଅନେକ ଘଟଣା ଦେଖିବାକୁ ମିଳେ, ଯେଉଁଥିରେ ତନ୍ତ୍ର ବା ଗୁଣି-ଗାରେଡ଼ି ବିଷୟରେ ଉଲ୍ଲେଖ ରହିଛି। ତେବେ ଆଜିର ଯୁଗରେ ତନ୍ତ୍ରରେ ଯଦି କାହାର ମୃତ୍ୟୁ ହୁଏ, ତାହା ସମାଜ ପାଇଁ ଚିନ୍ତାର ବିଷୟ। ବାସ୍ତବରେ ନିକଟରେ ୟୁପିର ହାଥରସର ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଗୁଣି-ଗାରେଡ଼ି ଯୋଗୁଁ ଜଣେ ୧୧ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଆସନ୍ତୁ ଆମେ ଆପଣଙ୍କୁ ଏ ବିଷୟରେ ବିସ୍ତୃତ ଭାବେ କହିବୁ। ଏହା ସହିତ ଆମେ ଆପଣଙ୍କୁ ଏହା ମଧ୍ୟ କହିବୁ ଯେ ଦେଶରେ ଗୁଣି-ଗାରେଡ଼ି ଯୋଗୁଁ କେତେ ଲୋକ ପ୍ରାଣ ହରାଉଛନ୍ତି ।

ଡିଡବ୍ଲ୍ୟୁ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ମାସରେ ୟୁପିର ହାଥରସର ଡିଏଲ ପବ୍ଲିକ ସ୍କୁଲରେ ସ୍କୁଲ ମ୍ୟାନେଜରଙ୍କ ଗାଡିରୁ ଜଣେ ୧୧ ବର୍ଷୀୟ ବାଳକର ମୃତଦେହ ମିଳିଥିଲା। ଶିଶୁଟିକୁ ହତ୍ୟା କରିବା ଅଭିଯୋଗରେ ପୋଲିସ ସ୍କୁଲ ମ୍ୟାନେଜର ଦିନେଶ ବାଘେଲ ଓ ତାଙ୍କ ବାପା ଯଶୋଦନଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଏବେ ଏହି ମାମଲାରେ ସାମ୍ନାକୁ ଆସୁଛି ଯେ ସ୍କୁଲ ମ୍ୟାନେଜରଙ୍କ ବାପା ତାନ୍ତ୍ରିକ କାର୍ଯ୍ୟ କରୁଥିଲେ ଏବଂ ସେ ସ୍କୁଲର ଉନ୍ନତି ଏବଂ ଋଣରୁ ମୁକ୍ତି ପାଇବା ପାଇଁ ପିଲାଟିକୁ ବଳି ଦେବାକୁ ନିଷ୍ପତ୍ତି ନେଇଥିଲେ ।

ଏବେ ଆସନ୍ତୁ ଜାଣିବା ସମଗ୍ର ଦେଶରେ ଏମିତି କେତେ ଘଟଣା ରହିଛି ଯେଉଁଥିରେ ଯାଦୁଯୋଗୁଁ ନର ବଳି ଦିଆଯାଇଥିଲା । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ ଦେଶରେ ମୋଟ ୮ଟି ନର ବଳି ଘଟଣା ସାମ୍ନାକୁ ଆସିଛି । ଅପରପକ୍ଷରେ ୨୦୧୪ରୁ ୨୦୨୨ ମଧ୍ୟରେ ଥିବା ତଥ୍ୟକୁ ଦେଖିଲେ ଏହି ସଂଖ୍ୟା ୧୧୧କୁ ବୃଦ୍ଧି ପାଇବ। ଏହି ସଂଖ୍ୟାରେ ନର ବଳି ଦିଆଯାଇଥିଲା। କିନ୍ତୁ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଗୁଣି-ଗାରେଡ଼ି ସନ୍ଦେହରେ ଲୋକଙ୍କୁ ହତ୍ୟା କରାଯାଏ । ଏବେ ଆସନ୍ତୁ ନଜର ପକାଇବା ସେହି ମାମଲାଗୁଡ଼ିକ ଉପରେ ।

ଏନସିଆରବିର ପରିସଂଖ୍ୟାନ ଅନୁଯାୟୀ, ୨୦୨୨ ମସିହାରେ ଗୁଣି-ଗାରେଡ଼ି ଯୋଗୁଁ ୮୫ ଜଣ ପ୍ରାଣ ହରାଇଛନ୍ତି। ୨୦୨୧ମସିହାରେ ଏହି ସଂଖ୍ୟା ୬୮ ଥିଲା। ଡିଡବ୍ଲ୍ୟୁ ରିପୋର୍ଟ ଅନୁଯାୟୀ, ୨୦୧୩ରୁ ୨୦୨୨ ମଧ୍ୟରେ ମୋଟ ୧୦୬୪ ଜଣ ଗୁଣି-ଗାରେଡ଼ି ଯୋଗୁଁ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା, ଯେଉଁମାନଙ୍କୁ ଡାହାଣୀ ଭାବି ହତ୍ୟା କରାଯାଇଛି। ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ହତ୍ୟା କରିବା ଘଟଣା ସବୁଠାରୁ ଅଧିକ ଦେଖିବାକୁ ମିଳିଛି।

Get real time updates directly on you device, subscribe now.