fbpx

ରାଜଧାନୀରେ ଟମାଟୋ କେଜି ୧୦୦ ଟଙ୍କା: ୨୪ ଘଣ୍ଟାରେ ବଢିଲା ୨୦ ଟଙ୍କା 

ଓଡ଼ିଶା ଭାସ୍କର: ରାଜଧାନୀରେ ଟମାଟୋ ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ବର୍ତ୍ତମାନ ଟମାଟୋ ମୂଲ୍ୟ ୧୦୦ ଟଙ୍କା ପାର କରିଛି । ଯାହାକୁ ନେଇ ଅସାନ୍ତାଷ ଜାହିର କରିଛନ୍ତି ଗ୍ରାହକ । ମାତ୍ର ୨୪ ଘଣ୍ଟା ଭିତରେ ଟମାଟୋ ମୂଲ୍ୟ ୨୦ ଟଙ୍କା ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । ସେହିପରି ଖୁଚୁରା ବ୍ୟବସାୟରେ ଟମାଟୋ ଦାମ୍ ୧୦ ଟଙ୍କା ବୃଦ୍ଧି ଦେଖାଯାଇଛି । ଦଶହରା ଭଳି ପାର୍ବଣ ଋତୁରେ ଟମାଟୋ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାର ବିଷୟ ପାଲଟିଛି । ନବରାତ୍ରୀର ତୃତୀୟ ଦିନରେ ଟମାଟୋର ମୂଲ୍ୟବୃଦ୍ଧି ପରେ କିଲୋଗ୍ରାମ ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି ।

ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀରେ ଟମାଟୋର ମୂଲ୍ୟ ପ୍ରତି କିଲୋ ୧୦୦ ଟଙ୍କା ଅତିକ୍ରମ କରିଛି । ତେବେ ୨୪ ଘଣ୍ଟା ଭିତରେ ଟମାଟୋର ରିଟେଲ ଦାମରେ ୨୦ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି । ସେହିପରି ଖୁଚୁରା ବଜାରରେ ମଧ୍ୟ ୧୦ ଟଙ୍କାର ମୂଲ୍ୟବୃଦ୍ଧି ଦେଖିବାକୁ ମିଳିଛି । ତେବେ ପାର୍ବଣ ଋତୁରେ ଟମାଟୋର ଚାହିଦା ବଢୁଥିବା ବେଳେ ଆମଦାନୀ ନ ହେବାରୁ ଏହାର ମୂଲ୍ୟ ବୃଦ୍ଧି ହେଉଛି । ମିନିଷ୍ଟ ଅଫ୍ କଞ୍ଜୁମର ଆଫାୟର୍ସର ରିପୋର୍ଟ ଅନୁସାରେ, ଟମାଟୋ ଦର ଗତ ୧ ମାସରେ ୨୭ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ନବରାତ୍ରୀର ତୃତୀୟ ଦିନରେ ଏହି ଦାମ୍ ୧୦୦ ଟଙ୍କା ପାର୍ କରିଥିବା ବେଳେ ଦିନ ପୂର୍ବରୁ ଏହା ୮୦ ଟଙ୍କା ପ୍ରତି କିଲୋ ବିକ୍ରି ହେଉଥିଲା । ତେବେ ଆଗକୁ ଏହି ମୂଲ୍ୟ ୧୨୦ ଟଙ୍କା ମଧ୍ୟ ପାର୍ କରିପାରେ ବୋଲି ଅନୁମାନ କରଯାଉଛି ।

ଅକ୍ଟୋବର ୩ ତାରିଖରେ ଆଜାଦପୁର ମଣ୍ଡୀରେ ଟମାଟୋ ୭୦ ଟଙ୍କାରେ ମିଳିଥିଲା । ତେଣୁ ବଜାରରେ ଏହାର ମୂଲ୍ୟ ୮୦ ଟଙ୍କାରେ ଟମାଟୋ ବିକ୍ରି କରୁଥିଲେ ବ୍ୟବସାୟୀ । ତେବେ ଶନିବାର ସକାଳେ ମଣ୍ଡୀରେ ଟମାଟୋ ୮୦ ଟଙ୍କାରେ ପହଞ୍ଚିଥିଲା । ତେଣୁ ରିଟେଲ ବଜାରରେ ମଧ୍ୟ ଟମାଟୋ ୧୦୦ଟଙ୍କା ପ୍ରତି କିଲୋ ଦରରେ ବିକ୍ରି ହେଉଛି । ତେବେ ନବରାତ୍ରୀ ପରେ ଟମାଟୋ ଦରରେ ହ୍ରାସ ହୋଇପାରେ ବୋଲି କୁହାଯାଇଛି । ପାର୍ବଣ ଋତୁରେ ଟମାଟୋର ଚାହିଦା ଏହି ମୂଲ୍ୟବୃଦ୍ଧିର ପ୍ରମୁଖ କାରଣ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.