fbpx

ଦୁଃଖଦ! ଶୋଇଥିବା ବେଳେ ଲାଗିଗଲା ନିଆଁ, ପୁରା ପରିବାର ଜୀବନ୍ତ ଦଗ୍ଧ

ମୁମ୍ବାଇ: ସକାଳୁ ସକାଳୁ ଦୁଃଖଦ ଖବର । ମୁମ୍ବାଇର ଏକ ଦୋକାନରେ ଅଗ୍ନିକାଣ୍ଡ ଘଟି 5ଜଣଙ୍କ ମୃତ୍ୟୁ ହୋଇଛି । ଚେମ୍ବୁର ଅଞ୍ଚଳରେ ଏହି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ଚେମ୍ବୁରର ସିଦ୍ଧାର୍ଥ କଲୋନୀରେ ନିର୍ମିତ ଏକ ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ଚାହୁଁଚାହୁଁ ଏହା ହଠାତ୍ ବ୍ୟାପିଯାଇଥିଲା । ତେବେ ନିଆଁ ଆଁରେ 5ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଖବର ଅନୁସାରେ, ଆଜି ସକାଳେ ଏକ ଦୋକାନରେ ନିଆଁ ଲାଗିଥିବା ନେଇ ସକାଳ 5.20 ସମୟରେ ମୁମ୍ବାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ ସୂଚନା ପାଇଥିଲା । ନିଆଁ ତଲ ମହଲାରେ ଲାଗି ପରେ ପରେ ସବୁଆଡେ ବ୍ୟାପି ଯାଇଥିଲା । ତେବେ ତଳ ମହଲାରେ ଏକ ଦୋକାନ ଭିତରେ ପୁରା ପରିବାର ରହୁଥିଲେ । ତେବେ ତଳ ମହଲାରେ ଏକ ଇଲେକ୍ଟ୍ରିକ ଦୋକାନ ରହିଥିବା ବେଳେ ଉପରେ ପୁରା ପରିବାର ରହୁଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତାରରେ ନିଆଣ ଲାଗିବା ପରେ ବ୍ୟାପିଥିବା ନେଇ ଅନୁମାନ କରାଯାଉଛି  । ତେବେ କେହି କିଛି ବୁଝିବା ଆଗରୁ ନିଆଁର ପ୍ରକୋପରୁ ଆଉ ବାହାରିପାରି ନଥିଲେ । ନିଆଁ ଆଁରେ ପୁରା ପରିବାର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକଙ୍କ ମଧ୍ୟରେ ସ୍ବାମୀ, ସ୍ତ୍ରୀ, ଦୁଇଛୁଆ ଏବଂ ଜଣେ ସମ୍ପର୍କୀ ରହିଥିବା ଜଣାପଡିଛି ।

ତେବେ ଅଗ୍ନିକାଣର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେନେଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.