fbpx

(Video) ସ୍ୱାମୀ ହେବ ତ ଏମିତି, କରୋନାରେ ପତ୍ନୀ ଚାଲିଗଲେ ଆରପାରିକୁ, ତାଙ୍କ ଅଭାବ ପୂରା କରିବାକୁ ପ୍ରଶାନ୍ତ ଗଢାଇଲେ କିରଣଙ୍କ ଅବିକଳ ମୂର୍ତ୍ତି

ବ୍ରହ୍ମପୁର: ସ୍ୱାମୀ ହେବ ତ ଏମିତି । କୋଭିଡରେ ଏପ୍ରିଲ ୨୦୨୧ରେ ସ୍ତ୍ରୀ ମରିବା ପରେ ବ୍ରହ୍ମପୁରର ୫୨ ବର୍ଷୀୟ ବ୍ୟବସାୟୀ ନିସଙ୍ଗ ହୋଇଯାଇଥିବା ବେଳେ, ନିସଙ୍ଗତାକୁ ଦୂରେଇବା ପାଇଁ ଦ୍ୱିତୀୟ ବିବାହ କରିବା ବଦଳରେ ସ୍ତ୍ରୀଙ୍କ ଏକ ସିଲିକନ ପ୍ରତିମୂର୍ତ୍ତି ଘରକୁ ଆଣିଛନ୍ତି । ଏହି ପ୍ରତିମୂର୍ତ୍ତିକୁ ନେଇ ସମ୍ପୃକ୍ତ ବ୍ୟବସାୟୀ ଖାଲି ନୁହଁନ୍ତି, ତାଙ୍କ ପିଲାମାନେ ମଧ୍ୟ ଖୁସି । ଏହି ମୂର୍ତ୍ତି ଭିତରେ ସେମାନେ ଦେଖୁଛନ୍ତି ନିଜ ମାଆଙ୍କୁ ।

ବ୍ରହ୍ମପୁରର ବ୍ୟବସାୟୀ ପ୍ରଶାନ୍ତ ନାୟକଙ୍କ ଲିଭିଂ ରୁମ ସୋଫା ଉପରେ ରହିଛି ଏହି ଷ୍ଟାଚ୍ୟୁ । ଏହି ଷ୍ଟାଚ୍ୟୁର ମୂଲ୍ୟ ରହିଛି ୮ ଲକ୍ଷ । ପ୍ରଶାନ୍ତଙ୍କ ପତ୍ନୀ କିରଣଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କ ବଡ ଝିଅର ବିବାହ ହେଲା, ସେତେବେଳେ ଏହି ପ୍ରତିମୂର୍ତ୍ତି ଆଣିଥିଲେ ପ୍ରଶାନ୍ତ କି, ପିଲାମାନେ ଖୁସିର ମାେହୋଲରେ ଯେମିତି ନିଜ ମାଆଙ୍କ ଅଭାବ ଅନୁଭବ ନ କରନ୍ତି ।

ମୂର୍ତ୍ତିକୁ ନେଇ ପ୍ରଶାନ୍ତ କୁହନ୍ତି, ପତ୍ନୀଙ୍କ ମୃତ୍ୟୁ ପରେ ସେ ଭାଙ୍ଗିପଡିଥିଲେ । ଘରକୁ ଫେରିଲେ ବିସାଦଗ୍ରସ୍ତ ହୋଇପଡୁଥିଲେ । ପିଲାମାନେ ମଧ୍ୟ ଅବସାଦଗ୍ରସ୍ତ ଥିଲେ । କିରଣଙ୍କ ପ୍ରତିମୂର୍ତ୍ତି ଘରର ଲିଭିଂ ରୁମରେ ସ୍ଥାପନ କରିବା ପରଠାରୁ ଆଉ କାହା ଭିତରେ ସେ ଅବସାଦ ନାହିଁ । ପିଲମାନେ ପ୍ରତିମୂର୍ତ୍ତିକୁ ଲୁଗାପଟା ପିନ୍ଧାଇବା ସହ ଅଳଙ୍କାରରେ ସଜାଇ ଖୁସି ହୁଅନ୍ତି । ପ୍ରତିମୂର୍ତ୍ତି ପାଖରେ ବସନ୍ତି । ସେ ମଧ୍ୟ ଘରକୁ ଫେରିଲେ ତାଙ୍କୁ ପତ୍ନୀଙ୍କ ଉପସ୍ଥିତି ଅନୁଭବ ହେଉଥିବା କହିଛନ୍ତି ପ୍ରଶାନ୍ତ ।

ଏହି ପ୍ରତିମୂର୍ତ୍ତି ପାଇଁ କିରଣଙ୍କ ବିଭିନ୍ନ ଫଟୋ ପ୍ରତିମୂର୍ତ୍ତି ତିଆରି କରୁଥିବା ବେଙ୍ଗାଲୁରୁର କାରିଗରଙ୍କୁ ଦିଆଯାଇଥିଲା । ସେହିଫଟୋକୁ ଦେଖି କିରଣଙ୍କ ଅବିକଳ ନକଲ ଗଢି ଦେଇଛନ୍ତି କାରିଗର ବୋଲି କୁହନ୍ତି ପ୍ରଶାନ୍ତ ।

Get real time updates directly on you device, subscribe now.