fbpx

CGLRE-2024: ଅକ୍ଟୋବର ୨୦ରେ ହେବ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ)- ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଗତ ମାର୍ଚ୍ଚ ମାସରେ ଏହି ନିଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଚଳିତ ମାସରେ ଏହାର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ୨୦ ତାରିଖ (ରବିବାର) ଦିନ ଓଏମଆର ମୋଡ଼ର ରାଜ୍ୟର ୩୦ଟି ଜିଲ୍ଲାରେ ଏହି ପରୀକ୍ଷା ଆୟୋଜନ କରାଯିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଘୋଷଣା କରାଯାଇଛି । ପ୍ରାର୍ଥୀମାନେ ଆସନ୍ତା ୧୪ ତାରିଖ ପରଠାରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ସୂଚନାଯୋଗ୍ୟ ଯେ, ମୋଟ ୫୮୬ଟି ପଦ ପୂରଣ ପାଇଁ ପ୍ରଥମେ ଓଏସଏସସି ତରଫରୁ ବିଜ୍ଞପ୍ତି ଜାରି ହୋଇଥିଲା । ଇନ୍ସପେକ୍ଟର ଅଫ୍ ଏଣ୍ଡେଶମେଣ୍ଟସ, ଆସିଷ୍ଟାଣ୍ଟ ସିଟି ଆଣ୍ଡ ଜିଏସଟି ଅଫିସର, ଅଡିଟର, ଇନ୍ସପେକ୍ଟର ଅଫ୍ କୋଅପରେଟିଭ୍ ସୋସାଇଟିଜ୍, ଜୁନିୟର ଆସିଷ୍ଟାଣ୍ଟ ଆଦି ପଦ ଖାଲି ରହିଥିଲା । ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ଏଣ୍ଡୋମେଣ୍ଟସ୍ ଆୟାଗ, ସିଟି ଆଣ୍ଡ ଜିଏସଟି ଆୟୋଗ, ମତ୍ସ୍ୟ ନିର୍ଦ୍ଦେଶାଳୟ, ଜଳ ସମ୍ପଦ ବିଭାଗରେ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.